ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ସପ୍ତାହକ ତଳେ ବିଜେଡ଼ି ଛାଡିଥିଲେ

ଭୁବନେଶ୍ବର, ୦୬/୧୧: ବିଜୁ ଜନତା ଦଳରୁ ଇସ୍ତଫା ଦେବାର ସପ୍ତାହକ ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ତାଙ୍କ ସ୍ୱାମୀ ଦେବେନ୍ଦ୍ର କୁମାର ଦାସ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଗତ ସପ୍ତାହରେ ବିଜେଡି ଛାଡିଥିଲେ। ସେ ୨୦୧୯ ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ସଫଳତାର ସହ ନିର୍ବାଚନ ଲଢ଼ିଥିଲେ।