କଟକ, ୦୬/୧୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ୨୦୨୩ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି। ଡିସେମ୍ବର ୧୫ରେ ଏହା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ଓପିଏସସିର ୱେବସାଇଟ (www.opsc.gov.in)ରେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ।
ଅକ୍ଟୋବର ୨୫ ତାରିଖରେ ଓଡ଼ିଶାରେ ଲ୍ୟାଣ୍ଡଫଲ ହୋଇଥିବା ବାତ୍ୟା ଦାନା ଯୋଗୁଁ ଅକ୍ଟୋବର ୨୭ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଥିଲା ଓପିଏସସି।
ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍), ଓଡ଼ିଶା ଫାଇନାନ୍ସ ସର୍ଭିସ୍ (ଓଏଫ୍ଏସ୍), ଓଡ଼ିଶା ପୁଲିସ ସେବା (ଓପିଏସ୍) ଏବଂ ଓଡ଼ିଶା ରାଜସ୍ବ ସେବା (ଓଆରଏସ୍) ଭଳି ୩୯୯ଟି ପଦବୀ ପାଇଁ ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା କ୍ରମାଗତ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।