ଲଗାମଛଡା ହେବେନି ମୋ ବସ୍ ଡ୍ରାଇଭର

୪୦ରୁ ଟପିବନି ମୋ ବସର ସ୍ପିଡ୍

ଭୁବନେଶ୍ବର, ୦୬/୧୧: ସାବାଡ ହେବେ ମୋ ବସ୍ ଡ୍ରାଇଭର। ବେପରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ମୋ ବସର ସ୍ପିଡରେ ଲାଗିବ ବ୍ରେକ୍। ମୋ ବସର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ରହିବା ସହ ପ୍ରତ୍ୟେକ ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ। ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।

ଯେଉଁ ବସ୍ ଗୁଡିକ ସହର ସୀମା ବାହାରେ ଯାତ୍ରା କରୁଥିବେ ସେହି ଗାଡିର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିବ। ବସ୍ ନେଇ ଡ୍ରାଇଭର ମାନେ ବାହାରିବା ପୂର୍ବରୁ ଡ୍ରାଇଭରମାନଙ୍କ ମଦ୍ୟପାନ ପରୀକ୍ଷା କରାଯିବ। ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ ଏବଂ ନିୟମିତ ଯାଞ୍ଚ କରାଯିବ। ଏଥିସହ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।