ଜାନୁୟାରୀରେ ମିଳିବ ନୂଆ ରାସନ୍ କାର୍ଡ

ଇ-କେୱାଇସି ପ୍ରକ୍ରିୟା ଯୋଗୁଁ ବିଳମ୍ବ ହେଉଛି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର, ୧୩/୧୧: ଜାନୁୟାରୀ ମାସରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଜୁଲାଇମାସରୁ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚଳିତ ମାସରେ ଶେଷ ହେବ ବୋଲି ଆଶା କରାଯାଉଛି। ଇ-କେୱାଇସି ଯାଞ୍ଚରେ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ। ଜାନୁଆରୀ ପ୍ରଥମ ସପ୍ତାହରୁ ରାସନ କାର୍ଡଧାରୀମାନେ ଚାଉଳ ସହିତ ଗହମ ପାଇବେ। ଗହମର ଆବଶ୍ୟକତା ନିର୍ଦ୍ଧାରଣ ପାଇଁ ଜିଲ୍ଲାରୁ ତଥ୍ୟ ସଂଗ୍ରହ ଚାଲିଛି। ଇ-କେୱାଇସି ପ୍ରକ୍ରିୟା ପାଇଁ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।