ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ
ସମୀର ଦେ’ଙ୍କ ପ୍ରତି ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି
କଟକ, ୧୮/୧୧: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ପରଲୋକରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଶ୍ରୀ ଦେଙ୍କ ବିୟୋଗରେ ସମଗ୍ର ରାଜ୍ୟ ଶୋକାକୁଳ ହୋଇପଡ଼ିଛି। ଶ୍ରୀ ଦେଙ୍କ ପ୍ରତି ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ୬୭ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଶ୍ରୀ ଦେ ନିମୋନିଆ ଓ କିଡନୀ ସଂକ୍ରମଣରେ ପୀଡ଼ିତ ଥିଲେ। ନଭେମ୍ବର ପହିଲାରେ ତାଙ୍କୁ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।