ଭୁବନେଶ୍ୱର, ୨୭/୧୧: ଗତକାଲିଠାରୁ ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ପୁନଃ କାର୍ଯ୍ୟରେ ଯୋଗ ଦେବାକୁ ନେଇ ସସପେନ୍ସ ଲାଗି ରହିଥିଲା। ନବୀନ ପଟ୍ଟନାୟକଙ୍କ ସରକାରରେ ସୁଜାତା ୬ ମାସ ପାଇଁ ଛୁଟିରେ ଥିଲେ। ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ଛୁଟି ନେଇଥିଲେ। ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ଛୁଟି ନେଇଥିଲେ ସୁଜାତା। ହେଲେ, ଏହା ପରେ ପୁଣି ୬ ମାସ ବର୍ଦ୍ଧିତ ଛୁଟି ପାଇଁ ଆବେଦନ କରିଥିଲେ। ବର୍ତ୍ତମାନର ମୋହନ ସରକାର ସୁଜାତାଙ୍କ ଛୁଟି ଆବେଦନକୁ ଅଗ୍ରାହ୍ୟ କରିଦେବା ସହିତ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଓଡ଼ିଶା ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଗତ ନିର୍ବାଚନ ସମୟରେ ବିଜେଡ଼ି ଦଳୀୟ କାର୍ଯ୍ୟ ପାଇଁ ସୁଜାତାଙ୍କ ବ୍ୟବାହର କରୁଥିବା ବିଜେପି ଅଭିଯୋଗ କରିଥିଲା। ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ପରେ ସେ ଛୁଟି ନେଇଥିଲେ।
Prev Post
Next Post