୩୦ ଜଣ ବ୍ରିଟିଶ ନାଗରିକଙ୍କୁ ବ୍ୟାନ କଲା ଋଷିଆ

ଲିଷ୍ଟରେ ଅଛନ୍ତି ବ୍ରିଟିଶ ଉପପ୍ରଧାନମନ୍ତ୍ରୀ ଆଞ୍ଜେଲା ରେନର

ମସ୍କୋ, ୨୭/୧୧: ବ୍ରିଟିଶ ପକ୍ଷର ଶତ୍ରୁତାମୂଳକ କାର୍ଯ୍ୟକଳାପର ଜବାବରେ ରୁଷ ବୈଦେଶିକ ମନ୍ତ୍ରଣାଳୟ ୩୦ ଜଣ ବ୍ରିଟିଶ ନାଗରିକଙ୍କୁ ଋଷୀୟ ଅଞ୍ଚଳକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି।

ଏହି କଟକଣା ତାଲିକାରେ ବ୍ରିଟେନର ରାଜନୈତିକ ପ୍ରତିଷ୍ଠାନ, ସାମରିକ ଗୋଷ୍ଠୀ, ହାଇଟେକ୍ କମ୍ପାନି ଏବଂ ସମ୍ବାଦ ସଂସ୍ଥାର ସଦସ୍ୟମାନେ ସାମିଲ ଅଛନ୍ତି ବୋଲି ମନ୍ତ୍ରଣାଳୟ ଏକ ବିବୃତିରେ କହିଛି।

ବ୍ରିଟେନର ଉପପ୍ରଧାନମନ୍ତ୍ରୀ ଆଞ୍ଜେଲା ରେନର, ଚାନ୍ସେଲର ରାଚେଲ ରିଭ୍ସ, ଗୃହ ସଚିବ ୟେଭେଟ୍ କୁପର ଏବଂ ଅନ୍ୟ କେତେକ ଉଚ୍ଚ ପଦସ୍ଥ ଅଧିକାରୀ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି। ବ୍ରିଟିଶ‌ ପକ୍ଷରୁ‌ ଶତ୍ରୁତା ବୃଦ୍ଧି ପାଇଲେ ଏହି କଟକଣା ତାଲିକା ଆହୁରି ବଢିପାରେ ବୋଲି ମନ୍ତ୍ରଣାଳୟ କହିଛି।

ଗୁଇନ୍ଦାଗିରି ଅଭିଯୋଗରେ ଜଣେ ବ୍ରିଟିଶ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା। ଟାସ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ୱିଲ୍କେସ୍ ଏଡୱାର୍ଡ ପ୍ରାୟର ନାମକ ଏହି ବ୍ରିଟିଶ କୂଟନୀତିଜ୍ଞ ଋଷିଆରେ ଗୁପ୍ତଚର ଭାବେ କାର୍ଯ୍ୟକଳାପ କରୁଥିଲେ। ଦୁଇ ଦିନ ମଧ୍ୟରେ ତାଙ୍କୁ ରୁଷିଆ ଛାଡ଼ିବାକୁ ପଡ଼ିବ ବୋଲି ଋଷିଆର ଫେଡେରାଲ ‌ସିକ୍ୟୁରିଟି ସର୍ଭିସ୍ କହିଛି।

ଅନ୍ୟ ପଟେ ବ୍ରିଟେନ ସରକାର ଋଷିଆର ଏହି ପଦକ୍ଷେପକୁ ନିନ୍ଦା କରିବା ସହ ଏହି ଅଭିଯୋଗକୁ ‘ଦୁର୍ଭାଗ୍ୟଜନକ ଏବଂ ଭିତ୍ତିହୀନ’ ବୋଲି ଖଣ୍ଡନ କରିବା ସହ ଯଥାଶୀଘ୍ର ଏହାର ଜବାବ ଦେବାକୁ ପ୍ରତିଶ୍ରୁତି ଦେଇଛି ବ୍ରିଟେନ ବୈଦେଶିକ ମନ୍ତ୍ରଣାଳୟ।