ବ୍ରହ୍ମପୁର, ୨୭/୧୧: ଭିଜିଲାନ୍ସ ଜାଲରେ ବେଗୁନିଆ ପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ଲାଞ୍ଚ ନେବା ବେଳେ ହଠାତ୍ ମାଡ଼ି ବସିଲା ଭିଜିଲାନ୍ସ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏକ ଅଙ୍ଗନବାଡ଼ି କେନ୍ଦ୍ରର ପାଚିକାଙ୍କ ବକେୟା ଦରମା ପ୍ରଦାନ ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି।
ଶ୍ରୀମତୀ ପାଣିଗ୍ରାହୀଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ସନ୍ଧ୍ୟା ପାଣିଗ୍ରାହୀଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଗୃହ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।