ଭୁବନେଶ୍ୱର, ୩୦/୧୧: ହେମଗିରି ତହସିଲଦାର ଲାବନ୍ୟେନ୍ଦୁ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବନ କଲେ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ସଚିବ। କାର୍ଯ୍ୟରେ ଅବହେଳା ଯୋଗୁଁ ଶ୍ରୀ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଲମ୍ବିତ ହୋଇଛନ୍ତି। ତୁରନ୍ତ ଦାୟିତ୍ଵ ହସ୍ତାନ୍ତର ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଅଫିସରେ ରହିବେ। ଜିଲ୍ଲାପାଳଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।