ଦିଦିଙ୍କୁ ଆଳୁ ଦେବା ପାଇଁ ମନା କରିଛନ୍ତିି ନବୀନ!

ଆଜି ଉତ୍ତରପ୍ରଦେଶରୁ ଯଥେଷ୍ଟ ଆଳୁ ଆସିଛି ବୋଲି କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

୨ ମିନିଟରେ ବନ୍ଦ କରିଦେବୁ ପଶ୍ଚିମବଙ୍ଗକୁ ମାଛ ଯୋଗାଣ

ଭୁବନେଶ୍ୱର, ୩୦/୧୧: ରାଜ୍ୟରେ ପୁଣି ଆଳୁକୁ ନେଇ ଚିନ୍ତିତ ରାଜ୍ୟବାସୀ। ପଶ୍ଚିମବଙ୍ଗରେ ଆଳୁ ଦର ଅସୀମିତ ରହିଥିବା ବେଳେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଦେବାକୁ ମନା କରିଛନ୍ତିି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ଯେପର୍ଯ୍ୟନ୍ତ ରାଜ୍ୟରେ ଆଳୁର ଚାହିଦାକୁ ଦୃଷ୍ଟିରେ ରଖି ଉତ୍ପାଦନ ବୃଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ଆଳୁ ଦେବୁ ନାହିଁ। ଏହି ଘୋଷଣା ପରେ ପଶ୍ଚିମବଙ୍ଗ-ଓଡିଶା ସୀମାରେ ଶହ ଶହ ଟ୍ରକ ଭର୍ତ୍ତି ଆଳୁ ଅଟକି ରହିବା ସହ ଓଡ଼ିଶାକୁ ଆସି ପାରିନଥିଲା।‌ ଯାହା ପରେ ଓଡ଼ିଶାରେ ଆଳୁ ଦର ମଧ୍ୟ ବୃଦ୍ଧି ପାଇଥିଲା। ଏହାକୁ ନେଇ ଖାଉଟି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଉତ୍ତରପ୍ରଦେଶରୁ ଆଜି ଯଥେଷ୍ଟ ଆଳୁ ଆସିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗକୁ ଆଉ ଆମେ ଆଳୁ ମାଗିବୁ ନାହିଁ କି ସେଠାରୁ ଆଳୁ ଆସିବ ନାହିଁ। ବର୍ଷେ ଭିତରେ ଆମ ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ମିଳିବ। ଆଜି ଉତ୍ତରପ୍ରଦେଶରୁ ଯଥେଷ୍ଟ ଆଳୁ ଆସିଛି। ଉତ୍ତରପ୍ରଦେଶରେ ଆଳୁ କିଲୋ ମାତ୍ର ୨୨ ଟଙ୍କାରେ ମିଳୁଛି ଓ‌ ଭଡ଼ା ୪ ଟଙ୍କା।‌ ତେଣୁ ୟୁପିରୁ ଓଡ଼ିଶାକୁ ଆଳୁ ଆସିଲେ ସୁଲଭ ମୂଲ୍ୟରେ ମିଳିବ। ମମତାଙ୍କ ସହ ଆଲୋଚନା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଛି। ଓଡ଼ିଶାକୁ ଆଳୁ ଦେବା ପାଇଁ ନବୀନ ବାବୁ ମନା କରିଥିବେ। ଓଡ଼ିଶାରୁ ବାଲେଶ୍ଵର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି। ଆମେ ଚାହିଁଲେ ୨ ମିନିଟରେ ମାଛ ଯୋଗାଣ ବନ୍ଦ ହେବ। କିନ୍ତୁ ସବୁ ରାଜ୍ୟ ମିଳିମିଶି ଚଳିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।