ବିଜେଡ଼ିରୁ ଇସ୍ତଫା ଦେଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ

ଖୁବଶୀଘ୍ର ପଦ୍ମ ଧରିବେ

କଟକ, ୦୨/୧୨: ବିଜେଡ଼ିରୁ ଆଜି ଇସ୍ତଫା ଦେଇଛନ୍ତି କଟକ ଜିଲ୍ଲା ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି। ସେ ବିଜେଡିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଉଛନ୍ତି ବୋଲି ଇମେଲ ଜରିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଶ୍ରୀ ମହାନ୍ତି ବିଜେଡିର ବରିଷ୍ଠ ନେତା ତଥା ବଡମ୍ବାର ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ। ଶ୍ରୀ ମହାନ୍ତି ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି।