ଗଜପତି, ୦୨/୧୨: ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ୍ କ୍ଲିନ୍ ଅଧୀନରେ ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ଦ୍ୱାରା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ପଞ୍ଚାୟତର ଗରଡ଼ା, ସିକିଲମାହା ଓ ଗୁଞ୍ଜିପଦର ଗ୍ରାମରେ ପୁଲିସ, ଅବକାରୀ, ଜଙ୍ଗଲ ଓ ରାଜସ୍ବ ବିଭାଗର କର୍ମଚାରୀମାନେ ମିଳିତ ଅପରେସନରେ ୮୨ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି। ଏହି ଜମିରେ ବେଆଇନ ଭାବେ ପ୍ରାୟ ୧ ଲକ୍ଷ ୬୪ ହଜାର ଗଞ୍ଜେଇ ଗଛ ଚାଷ ହୋଇଥିଲା। ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ପାଖାପାଖି ୧୭ କୋଟି ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଏହି ଚଢ଼ାଉରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା।