ମୟୂରଭଞ୍ଜ, ୦୪/୧୨: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ଅମର୍ଦାସ୍ଥିତ ଏକ ଧାନ କ୍ଷେତରେ ଭାରତୀୟ ନୌସେନାର ଏକ ହେଲିକପ୍ଟର ଜରୁରୀ କାଳୀନ ଅବତରଣ କରିଥିଲା। ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଅମର୍ଦା ଗାଁରେ ଧାନ କ୍ଷେତରେ ଜରୁରୀ କାଳୀନ ଅବତରଣ କରାଯାଇଥିଲା। ଚାଷୀମାନେ କ୍ଷେତରେ ଧାନ ଫସଲ କାଟୁଥିବା ବେଳେ ଜମି ମଝିରେ ଅବତରଣ କରିଥିଲା। ହେଲିକପ୍ଟରରେ ଥିବା ବୈଷୟିକ ତ୍ରୁଟିକୁ ମରାମତି କରିବାକୁ ପ୍ରାୟ ୩୦ ମିନିଟ୍ ଲାଗିଥିଲା।ପାଇଲଟ ଓ ଅନ୍ୟ କ୍ରୁ ମେମ୍ବର ସୁରକ୍ଷିତ ଥିଲେ ମଧ୍ୟ ହେଲିକପ୍ଟରଟି କ୍ଷତିଗ୍ରସ୍ତ ହୋଇଛି। ତେବେ ନୌସେନା ହେଲିକପ୍ଟରକୁ ନିକଟରେ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ୪୫ ମିନିଟ୍ ଅଟକିବା ପରେ ହେଲିକପ୍ଟରଟି ପୁଣି ଉଡ଼ାଣ ଭରିଥିଲା।