ଡବଲ ଡେକର ବସ ପଛରେ ରହିଛି ୧୭୭ ବର୍ଷର ଇତିହାସ!

ଭାରତର ପ୍ରଥମ ଡବଲ ଡେକର ଇ-ବସ Switch EiV 22

ଭୁବନେଶ୍ୱର, ୧୧/୧୨: ଓଡ଼ିଶା ପାଇଁ ନୂଆ, କିନ୍ତୁ ଭାରତ ପାଇଁ ପୁରୁଣା ଡବଲ ଡେକର ବସ୍। ବିଦେଶରେ ପ୍ରାୟ ସବୁ ଦେଶରେ ଚାଲେ ଡବଲ ଡେକର ବହୁ। ଯେମିତି ଆରାମଦାୟକ ସେମିତି ସମୟୋପଯୋଗୀ। ଏକା ସାଙ୍ଗରେ ବହୁତ ଗୁଡ଼ିଏ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ମାଧ୍ୟମ ସାଜେ ଏହି ବସ୍।

ଡବଲ୍ ଡେକର ବସ୍ ହେଉଛି ଦୁଇ ଥାକିଆ ବିଶିଷ୍ଟ ବସ୍। ଯାତ୍ରୀମାନଙ୍କ ପରିବହନ ପାଇଁ ଡବଲ ଡେକର ବସ୍‌ ବ୍ୟବହାର କରାଯାଏ। ସେହିପରି ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଓପନ-ଟପ୍ ମଡେଲ ଡବଲ ଡେକର ବସ୍‌ ବ୍ୟବହାର କରାଯାଏ। ଦୀର୍ଘ ଦୂରତା ଯାତ୍ରା ପାଇଁ କୋଚ୍ ମଧ୍ୟ ରହିଥାଏ।

ସିଙ୍ଗଲ ଡେକର ବସ୍ ତୁଳନାରେ ଡବଲ୍ ଡେକର ବସରେ ଅଧିକ ଯାତ୍ରୀ ପରିବହନ କରିପାରିବେ, ଯାହା ବ୍ୟସ୍ତବହୁଳ ରୁଟରେ ଆବଶ୍ୟକ ହେଉଥିବା ଗାଡ଼ି ସଂଖ୍ୟାକୁ ହ୍ରାସ କରିପାରିବ। ଅଧିକ ଯାତ୍ରୀ ପରିବହନ କରି ଡବଲ ଡେକର ବସ୍ ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହୋଇପାରିବ।

ଡବଲ ଡେକର ବସ୍ ପୃଥିବୀର ଅନେକ ସ୍ଥାନରେ ଦେଖାଯାଏ କିନ୍ତୁ ବର୍ତ୍ତମାନ ବ୍ରିଟେନ, ଆୟର୍ଲାଣ୍ଡ, ହଂକଂ, ବର୍ଲିନ ଏବଂ ସିଙ୍ଗାପୁରରେ ବହୁଳ ଭାବରେ ବ୍ୟବହାର ହେଉଛି।

୧୮୪୭ ମସିହାରେ ଇଂଲଣ୍ଡରେ ଫେୟାରଫିଲ୍ଡର ଆଡମ୍ସ ଆଣ୍ଡ କମ୍ପାନୀ ଦ୍ୱାରା ପ୍ରଥମ ବାଣିଜ୍ୟିକ ହର୍ଷ ଡ୍ରନ ଡବଲ ଡେକର ଓମ୍ନିବସ୍ ପ୍ରଚଳନ କରାଯାଇଥିଲା। ଏହାପରେ ଜନ୍ ଗ୍ରୀନଉଡଙ୍କ ଦ୍ୱାରା ଏହାର ଉନ୍ନତିକରଣ କରାଯାଇ ୧୮୫୨ ମସିହାରେ ପ୍ରଥମ କରି ହର୍ଷ ଡ୍ରନ ଓମ୍ନିବସ୍ ଭାବରେ ପ୍ରଥମେ ପ୍ୟାରିସରେ ଏହା ଚାଲିବା ଆରମ୍ଭ ହୋଇଥିଲା। ୧୯୦୦ ଦଶକରେ ଏହାକୁ ମୋଟରଚାଳିତ କରାଯାଇଥିଲା। ୧୯୦୬ ମସିହାରେ ପ୍ରଥମ ମୋଟର ଚାଳିତ ଡବଲ ଡେକର ବସ୍ ଚାଲିଥିଲା। ବିଂଶ ଶତାବ୍ଦୀର ଆରମ୍ଭରେ ଗ୍ରେଟ ବ୍ରିଟେନରେ ଡବଲ ଡେକର ବସ୍ ବେଶ୍ ଲୋକପ୍ରିୟ ହୋଇଥିଲା। ଆଜି ଏହାର ସବୁଠାରୁ ଜଣାଶୁଣା ବସ ହେଉଛି ରେଡ୍ ଲଣ୍ଡନ ବସ, ଅର୍ଥାତ୍ ଏଇସି ରୁଟମାଷ୍ଟର। ଭାରତରେ ଏହା ବିଂଶ ଶତାବ୍ଦୀର ଶେଷ ଆଡକୁ ବ୍ୟବହୃତ ହେଉଥିଲେ ମଧ୍ୟ କ୍ରମଶଃ ଏହା ହ୍ରାସ ପାଇଁ କେତେକ ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ମଧ୍ୟ ହୋଇଯାଇଥିଲା। ତଥାପି ବ୍ରିଟେନରେ ଏବେ ମଧ୍ୟ ଏହା ସାଧାରଣ। ଡବଲ୍ ଡେକରର ଲମ୍ବ କମ୍ ଏବଂ ଅଧିକ ବସିବା କ୍ଷମତା ହେତୁ ଅନେକ ଅପରେଟରଙ୍କ ଦ୍ୱାରା ଏହାକୁ ଅଧିକ ପସନ୍ଦ କରାଯାଉଛି। ଲଣ୍ଡନରେ ଥିବା ରେଡ୍ ଡବଲ ଡେକର ବସ୍ ଇଂଲଣ୍ଡର ଜାତୀୟ ପ୍ରତୀକ ପାଲଟିଛି।

କେବଳ ବ୍ରିଟେନ ନୁହେଁ, ବରଂ ଇଉରୋପ ମହାଦେଶର ରିପବ୍ଲିକ ଅଫ ଆୟାରଲ୍ୟାଣ୍ଡ, ଅଷ୍ଟ୍ରିଆ(୧୯୬୦ରୁ ଆରମ୍ଭ), ଜେଚ୍ ରିପବ୍ଲିକ(୨୦୨୦), ଡେନମାର୍କ(୧୯୭୦), ଫିନଲାଣ୍ଡ(୨୦୧୯), ଫ୍ରାନ୍ସ(୧୯୫୩), ଜର୍ମାନୀ(୧୯୨୦), ଇଟାଲୀ(୧୯୬୦), ନେଦରଲାଣ୍ଡ(୨୦୧୭), ନର୍ଥ ମ୍ୟାକଡୋନିଆ(୨୦୧୧), ନରୱେ(୨୦୦୮), ପୋଲାଣ୍ଡ(୨୦୨୧), ପର୍ତ୍ତୁଗାଲ(୧୯୫୦), ଋଷିଆ(୧୯୯୦), ସ୍ପେନ(୨୦୧୪), ସ୍ଵିଡେନ(୧୯୬୫), ସ୍ୱିଜରଲ୍ୟାଣ୍ଡ, ତୁର୍କୀରେ ଡବଲ ଡେକର ବସ୍ ପ୍ରଚଳିତ।

ଆଫ୍ରିକାର ଇଥିଓପିଆ(୨୦୧୭), କେନିୟା(୨୦୧୪), ମାଲାୱି, ଦକ୍ଷିଣ ଆଫ୍ରିକା ଓ ଜାମ୍ବିଆରେ ପ୍ରଚଳିତ। ପୂର୍ବ ଏସିଆର ଚାଇନା (ହଂକଂ- ୧୯୪୯), ମାକାଉ, ତାଇୱାନ(୧୯୯୦), ଜାପାନ, ଦକ୍ଷିଣ କୋରିଆ(୨୦୧୫), ଉତ୍ତର କୋରିଆ(୨୦୦୦)ରେ ଡବଲ ଡେକର ବସ୍ ପ୍ରଚଳନ ଆରମ୍ଭ ହୋଇଥିବା ବେଳେ ଦକ୍ଷିଣ ଏସିଆର ବାଂଲାଦେଶ(୨୦୦୨), ପାକିସ୍ତାନ, ଶ୍ରୀଲଙ୍କାରେ ଏହି ବସ୍ ଚାଲୁଛି। ଏହା ବ୍ୟତୀତ କାନାଡା, ଅଷ୍ଟ୍ରେଲିଆ, ଚିଲେ, ଥାଇଲାଣ୍ଡ ପେରୁ ଓ ଉରୁଗୁଏ ଭଳି ପ୍ରାୟ ଦେଶର ଗୁଡ଼ିକରେ ମଧ୍ୟ ଏହି ବସ୍ ଚାଲୁଛି।‌

ବ୍ରିଟିଶ କଲୋନିଆଲ ପିରିୟଡ଼ରେ ଭାରତରେ ଏହି ବସ୍ ପ୍ରଥମେ ୧୯୩୭ ମସିହାରେ ଆରମ୍ଭ ହୋଇଥିଲା। ୧୯୬୦ ଦଶକରେ ବମ୍ବେରେ ପ୍ରାୟ ୯୦୦ ଡବଲ ଡେକର କାର୍ଯ୍ୟ କରୁଥିଲା ଏବଂ ଏହି ବସଗୁଡିକୁ ଲଣ୍ଡନ ଭଳି ମଡେଲ କରାଯାଇଥିଲା, କିନ୍ତୁ ୧୯୯୦ ଦଶକରେ ଏହି ସଂଖ୍ୟା ହ୍ରାସ ପାଇଥିଲା। ଭାରତରେ ହାଇଦ୍ରାବାଦ, ବାଙ୍ଗାଲୋର, ଲକ୍ଷ୍ନୌ, ଦିଲ୍ଲୀ ଏବଂ କୋଲକାତା ଭଳି ସହରରେ କିଛି ସମୟ ପାଇଁ ଡବଲ ଡେକର ରହିଥିଲା। ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ଥିଲା ସୁଇଚ ଇଆଇଭି ୨୨, ଯାହାକୁ ଅଗଷ୍ଟ ୨୦୨୨ରେ ମୁମ୍ବାଇରେ ପ୍ରଚଳନ କରାଯାଇଥିଲା।

ଡବଲ ଡେକର ବସ୍ ବ୍ୟତୀତ ଟ୍ରିପଲ ଡେକର ବସ୍ ନିର୍ମାଣ ପାଇଁ ବହୁ ଥର ଚେଷ୍ଟା ହୋଇଛି। କିନ୍ତୁ ଏହା ଅସଫଳ ହୋଇଛି। ଏଭଳି ବସ ଗୁଡ଼ିକ ବହୁ ଉଚ୍ଚ ହୋଇଥିବାରୁ ଗଛ କିମ୍ବା ପୋଲକୁ ଧକ୍କା ଦେବାର ଆଶଙ୍କା ଥାଏ। ପ୍ରାୟ ସମସ୍ତ ମଡେଲରେ ତୃତୀୟ ସ୍ତରର ବସର ପଛ ଭାଗରେ ଏକ ଛୋଟ ବଗି ଥାଏ।