ଓଡ଼ିଶା ବିଜେପି ପନ୍ଥା ଆପଣାଇଲା ଆପ୍

୨୦୨୫ରେ‌ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

ନିର୍ବାଚନ ପୂର୍ବରୁ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ‌ ଘୋଷଣା

ନୂଆଦିଲ୍ଲୀ, ୧୨/୧୨: ୨୦୨୫ରେ‌ ଜାତୀୟ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ଆପ୍ ପକ୍ଷରୁ ନିର୍ବାଚନ ଜିତିବା ପାଇଁ ସବୁ ପ୍ରକାର କସରତ କରାଯାଉଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ମହିଳାଙ୍କୁ ମିଳିବ ଆର୍ଥିକ ସହାୟତା। ମହିଳାଙ୍କ ଆକାଉଣ୍ଟକୁ ୨,୧୦୦ ଟଙ୍କା ପଠାଯିବ। ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଆମ୍ ଆଦମୀ ପାର୍ଟି ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶାରେ ବିଜେଡ଼ି ସରକାରରେ ଥିବା ବେଳେ ବିଜେପି ସୁଭଦ୍ରା ଯୋଜନା ଆରମ୍ଭ କରି ପ୍ରତ୍ୟେକ ୨୧ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ମହିଳାଙ୍କୁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିଲା। ଯଦିଓ ନିର୍ବାଚନ ଜିତିବା ପରେ ତାହା ଲାଗୁ କରିଥିଲା ଏବଂ ମହିଳାଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।