ନବୀନ କଲେ ପ୍ରତାରଣା; କଥା ରଖିଲେ ମୋହନ

ଶତାଧିକ ଚାଷୀ ନେତା ଆଜି ଭୁବନେଶ୍ଵର ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ହଳ ଲଙ୍ଗଳ, ଧାନ ବେଣୀ ଦେଲେ ଚାଷୀ ନେତା

ଭୁବନେଶ୍ୱର, ୧୨/୧୨: ଓଡିଶାର ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାରରେ ଗତ ଡିସେମ୍ବର ୮ ତାରିଖ ଦିନ ବରଗଡ ଜିଲ୍ଲା ସୋହେଲାଠାରେ ଏକ ବିଶାଳ ଚାଷୀ ସମାବେଶରେ ଚାଷୀ ମାନଙ୍କୁ ଧାନ କୁଇଣ୍ଟାଲ ପ୍ରତି ୮ ଶହ ଟଙ୍କା ଅନ୍ତରୀଣ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରକାଶଥାଉ କି, ୨୦୧୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧ ଶହ ଟଙ୍କା ଧାନ କୁଇଣ୍ଟାଲ ପ୍ରତି ଦେବାକୁ ଘୋଷଣା କରିଥିଲେ କିନ୍ତୁ ଦେଲେ ନାହିଁ। ଓଡ଼ିଶାର ଚାଷୀ ମାନଙ୍କୁ ପ୍ରତାରଣା କରିବା ସହିତ ବିଶ୍ଵାସ ଘାତକତା କରିଥିଲେ। ଗତ ୨୦୨୪ ନିର୍ବାଚନରେ ବିଜେପି ସରକାରକୁ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରିବ ଘୋଷଣା କରିଥିଲା। କେନ୍ଦ୍ର ସରକାରଙ୍କ ଏମଏସପି ୨୩ ଶହ ଟଙ୍କା ଏବଂ ରାଜ୍ୟ ସରକାରଙ୍କ ତରଫରୁ ଅନ୍ତରୀଣ ଆର୍ଥିକ ସହାୟତା ୮ ଶହ ଟଙ୍କା ଗତ ଡିସେମ୍ବର ୮ ତାରିଖ ଦିନ ବରଗଡ ଜିଲ୍ଲା ସୋହେଲାଠାରେ ଏକ ବିଶାଳ ଚାଷୀ ସମାବେଶରେ ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଓଡ଼ିଶାର ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କୁ କଥା ଦେଇ କଥା ରଖିଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଶତାଧିକ ଚାଷୀ ନେତା ଆଜି ଭୁବନେଶ୍ଵର ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ହଳ ଲଙ୍ଗଳ, ଧାନ ବେଣୀ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଓଡ଼ିଶାରେ ମୋହନ ଚରଣ ମାଝୀ ସରକାର ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବା ସହିତ ୫୮ ସବଡିଭିଜନରେ ଶୀତଳଭଣ୍ଡାର କରିବା, ଅଣଜଳସେଚିତ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ କରିବା ପାଇଁ ନିଷ୍ପତ୍ତି, ୬ ଲକ୍ଷ ଚାଷୀମାନଙ୍କୁ ପିଏମ କିସାନରେ ସାମିଲ କରିବା, ସିଏମ୍ କିସାନ ଯୋଜନାରେ ୪୬ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, ଚାଷୀ ପରିବାର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ୩୧୪ ବ୍ଲକରେ ପନିପରିବା ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ଏକ ଐତିହାସିକ ନିଷ୍ପତ୍ତି ବେଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏତେ ସ୍ଵଳ୍ପ ସମୟ ସୀମା ମଧ୍ୟରେ ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ସହିତ ଚାଷୀମାନଙ୍କ ସମୃଦ୍ଧ କରିବା ପାଇଁ ପଦକ୍ଷେପ ଯୁଗାନ୍ତକାରୀ ଓ ବିରଳ ବୋଲି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ସେଥିପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରୁ ଆସିଥିବା ଚାଷୀ ନେତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଭୂବନେଶ୍ୱର ସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରିବା ସହିତ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ମାଝି କାର୍ଯ୍ୟକ୍ରମ କରିଥିଲେ। ଚାଷର ପ୍ରତୀକ ହଳ ଲଙ୍ଗଳ, ଧାନ ବେଣୀ, ସମ୍ବଲପୁରୀ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଶାର ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ସହିତ ସମୃଦ୍ଧ କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନାକୁ ବ୍ୟାପକ କରାଯିବ ବୋଲି ତାଙ୍କର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାର ବରିଷ୍ଠ ଚାଷୀ ନେତା ଶ୍ରୀ ଯଦୁମଣୀ ପାଣିଗ୍ରାହୀ, ଶୁଭ୍ରାଂଶୁ ମୋହନ ପାଢୀ, ପ୍ରେମାନନ୍ଦ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର, ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଶ୍ରୀ ଅଶୋକ କୁମାର ପୃଷ୍ଟି, ରାଜ କିଶୋର ମେଣ୍ଢାଲି, ମଧୂସୁଦନ ଶର୍ମା, ସନ୍ତୋଷ କୁମାର ବିଶ୍ବାଳ, କୌଶିକ ଚାନ୍ଦ, ଉପେନ୍ଦ୍ର ରାଉଳ, ଶଙ୍କର୍ଷଣ ଜେନା, ସୁବୋଧ ପଣ୍ଡା, ନବ ଦନ୍ତା, ଅବନେଶ୍ୱର ପ୍ରଧାନ, ଶ୍ରୀନିବାସ ପ୍ରଧାନ, ଗୋବିନ୍ଦ ପ୍ରଧାନ, ସୁରଥ କୁମାର ସେଠୀ, ଶ୍ରୀଧର ପ୍ରଧାନ, ଜୟ ଲକ୍ଷ୍ମୀ ମହାନ୍ତି, ତପନ କୁମାର ବେହେରା, ସୁନିଲ କୁମାର ମହାନ୍ତି, ମହନ୍ତ ଚିନ୍ମୟ ନନ୍ଦ ଦାସ, ସହଦେବ ପୁଷ୍ଟି, ବିଜୟ କୁମାର ମାଝୀ, ପାଣ୍ଡବ ଧଳ, ମଙ୍ଗରାଜ ନାୟକ, ସୁବଳ ବେହେରା, ସୁଧାକର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ନେତା ସାମିଲ ହୋଇଥିଲେ।