ଓଡିଶା ଦନ୍ତ ଚିକିତ୍ସା ମହାସଂଘର ବାର୍ଷିକ ଉତ୍ସବ ୨୦୨୪ ଆୟୋଜିତ

ମୁଖ୍ୟ ଅତିଥି‌ ଭାବେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ୱର, ୧୬/୧୨: ଓଡିଶା ଦନ୍ତ ଚିକିତ୍ସା ମହାସଂଘର ବାର୍ଷିକ ଉତ୍ସବ ଭୁବନେଶ୍ବରର ସ୍ବସ୍ତି ପ୍ରିମିୟମ କନକ୍ଲେଭ ହଲରେ ଆୟୋଜିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଉପସ୍ଥିତ ରହି ଦନ୍ତ ଚିକିତ୍ସକମାନଙ୍କୁ ଆଗାମୀ ଦିନରେ ଓଡିଶା ପାଇଁ ଏକ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିବା ବେଳେ ହାଇଟେକ ଗ୍ରୁପର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦନ୍ତ ଚିକିତ୍ସକ ମାନଙ୍କର ଆପ୍ରାଣ ଉଦ୍ୟମ ଏବଂ ଏବଂ ସେମ ମାନଙ୍କର କର୍ଭବ୍ୟନିଷ୍ଠା ସେବାପରାୟଣ ମନଭାବ ଯୋଗୁଁ ଓଡିଶାରେ ଦନ୍ତ ଚିକିତ୍ସାର ମାନ ବୃଦ୍ଧିପାଇଛି ବୋଲି କହିଥିଲେ ଏବଂ ସାଧାରଣ ଦନ୍ତ କଷ୍ଟ ଯେ ମଣିଷକୁ କିଭଳି ଆଘାତ ଦେଇଥାଏ ତାହାକୁ ଦନ୍ତ ଚିକିତ୍ସକମାନେ ଉପଶମ ଆଣିଦେବାର ଚେଷ୍ଟାରେ ସଫଳତା ଆଣି ଦେଇଛନ୍ତି ବୋଲି କହିଥିଲେ।

ଏହି ଉତ୍ସବରେ ଡକ୍ଟର ସଂଗ୍ରାମ ପାତ୍ର, ଡକ୍ଟର ସୁବାଶ ନାୟକ, ଡକ୍ଟର ଅଭିଥୋଶ ଦେବତାଙ୍କୁ ନେଇ ଗଠିତ ଆୟୋଜକ କମିଟି ସ‌ରକାରଙ୍କ ନିକଟରେ ସରକାରୀ ପିଏଚସିରେ ଡେଣ୍ଟାଲ୍ ସର୍ଜନ ନିଯୁକ୍ତି, ନିଶ୍ଚିତତା ଯୋଜନାରେ ଦାନ୍ତ ପ୍ରଣାଳୀକୁ ଅନ୍ତର୍ଭୂକ୍ତ କରାଇବା ଏବଂ ଓଡ଼ିଶା ରାଜ୍ୟର ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଜୋନରେ ନୂତନ ଦନ୍ତ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପରି ତିନିଗୋଟି ଦାବି ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଡାକ୍ତର ଅଭିଥୋଶ ଦେବତା ପରିଚାଳନା କରିଥିଲେ।