ନୂଆଦିଲ୍ଲୀ, ୧୭/୧୨: ଅଭିନବ ଉପାୟରେ ସ୍ୱର ଉତ୍ତୋଳନ କରିବାର ନଜର ଆସୁଛନ୍ତି ନବ ନିର୍ବାଚିତ ସାଂସଦ ପ୍ରିୟଙ୍କା ଗାନ୍ଧୀ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ନିଜ ବ୍ୟାଗ୍ ମାଧ୍ୟମରେ ବୟାନ ଦେବାର ଶୈଳୀ ଜାରି ରଖିଛନ୍ତି। ଆଜି ସଂସଦରେ ‘ଆମେ ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିଆନମାନଙ୍କ ସହ ଛିଡ଼ା ହୋଇଛୁ’ ବୋଲି ଏକ ଲେଖାଥିବାର ବ୍ୟାଗ ପକାଇ ଆସିଥିଲେ। ଏହା ପୂର୍ବରୁ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏକ ‘ପାଲେଷ୍ଟାଇନ୍’ ଲେଖା ଥିବା ବ୍ୟାଗ୍ ପକାଇଥିବା ଦେଖିବାକୁ ମିଳିଥିଲା।
ସେହିଭଳି ସପ୍ତାହକ ତଳେ ସେ ସଂସଦକୁ ବ୍ୟାଗର ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କୋଟିପତି ଶିଳ୍ପପତି ଗୌତମ ଆଦାନୀଙ୍କ ଫଟୋ ଥିବା ଏହି ବ୍ୟାଗ ପକାଇ ଆସିଥିଲେ। ଏହି ବ୍ୟାଗର ଅନ୍ୟପଟେ ‘ମୋଦି ଆଦାନୀ ଭାଇ ଭାଇ’ ଲେଖା ଯାଇଥିଲା।
ସଂସଦ ଭବନ ପରିସରରେ ବିଭିନ୍ନ ଦେଶରେ ଉପୁଜିଥିବା ଧର୍ମଗତ ହିଂସା ବିରୋଧରେ ଏଭଳି ଅଭିନବ ଢ଼ଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପ୍ରିୟଙ୍କା। ଗତ କାଲି ଅଧିବେଶନରେ ଶୂନ୍ୟକାଳରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।