ଆସନ୍ତା ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର, ୨୦/୧୨: ଆସନ୍ତା ଡିସେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଯୋଗୁଁ ଜନଶୁଣାଣିରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପାରିବେ ନାହିଁ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଖବରକାଗଜ ଓ ଗଣମାଧ୍ୟମ ଯୋଗେ ଜନସାଧାରଣଙ୍କୁ ସୂଚାଇ ଦିଆଯିବ।