୨୦୨୫ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବେ ରାଜ୍ୟ ସରକାର

ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାରଙ୍କ ଏକ ଫ୍ଲାଗଶିପ ପ୍ରୋଗ୍ରାମ ହେବ।

ଫେବ୍ରୁଆରୀରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା

ଭୁବନେଶ୍ୱର, ୩୦/୧୨: ଆସନ୍ତା ବର୍ଷ ଫେବ୍ରୁଆରୀ ମାସରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏ ନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଫ୍ଲାଗଶିପ ପ୍ରୋଗ୍ରାମ ହେବ। ଓଡ଼ିଶାରେ ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ। ୨୦୨୫ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ। ଆୟୁଷ୍ମାନ ଯୋଜନାରୁ କେହି ବି ବଞ୍ଚିତ ହେବେ ନାହିଁ। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ କେନ୍ଦ୍ରୀୟ ଟିମ୍ ଏକ ସର୍ଭେ କରିଛନ୍ତି। ଏହାବ୍ୟତୀତ ଆଗାମୀ ବର୍ଷରେ ନୂଆ ମେଡିକାଲ କଲେଜ ଓ ନର୍ସିଂ କଲେଜ ଖୋଲିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଆର୍ଥିକ ଅନଗ୍ରସର ଶ୍ରେଣୀର ବ୍ୟକ୍ତିଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେବେ ରାଜ୍ୟ ସରକାର। ଏଥିରେ ଗ୍ରାମାଞ୍ଚଳ ହିତାଧିକାରୀମାନଙ୍କୁ ୫ ଲକ୍ଷ ଟଙ୍କା ଓ ସହରାଞ୍ଚଳ ହିତାଧିକାରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।