୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା

ଆଜି ଆସିବ ଫିଲ୍ଡ ରିପୋର୍ଟ

ଭୁବନେଶ୍ୱର, ୩୦/୧୨: ରାଜ୍ୟରେ ସୁଭଦ୍ରା ଯୋଜନା ଅଧିନରେ ଅନ୍ତର୍ଭୁକ୍ତ ମହିଳା ହିତାଧିକାରୀଙ୍କୁ ୨୦୨୫ରେ ୩ ଥର ମିଳିବ ଟଙ୍କା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ମାର୍ଚ୍ଚ ୮ ରେ ଦ୍ୱିତୀୟ କିସ୍ତି ଟଙ୍କା ଓ ଅଗଷ୍ଟରେ ରକ୍ଷାବନ୍ଧନ ସମୟରେ ତୃତୀୟ କିସ୍ତି ଟଙ୍କା ପାଇବେ ହିତାଧିକାରୀ। ସେହି ଅନୁସାରେ, ୨୦୨୫ରେ ୩ ଥର ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଯେଉଁ ହିତାଧିକାରୀଙ୍କ ଆବେଦନ କୌଣସି କାରଣରୁ ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ, ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ସର୍ଭେ ଜାନୁଆରି ପ୍ରଥମ ସପ୍ତାହରେ ଶେଷ ହେବ। ଆଜି ଆସିବ ଫିଲ୍ଡ ରିପୋର୍ଟ। ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯିବ। ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ସମୟ ନେଉଛୁ। କେହି ଯେପରି ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।