ଯାଜପୁର ଡକାୟତି-ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର, ୦୫/୦୧: ଯାଜପୁର ଜିଲ୍ଲାରେ ଡକାୟତି ଉଦ୍ୟମ ବେଳେ ଡକାୟତଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ଘଟଣାରେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି।

ଯାଜପୁର ପାଣିକୋଇଲି ଅଞ୍ଚଳରେ ଥିବା ଏକ ଅଳଙ୍କାର ଦୋକାନରେ ଡକାୟତି ଉଦ୍ୟମ ବେଳେ ଦୁର୍ବୃତ୍ତମାନଙ୍କ ଗୁଳିରେ ଗହଣା ଦୋକାନର କର୍ମଚାରୀ ସୁନୀଲ ରାୟ ଓ ସ୍ଥାନୀୟ ବାସିନ୍ଦା ନୀଳମାଧବ ପଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍।