ନୂଆପଡ଼ା: ନକଲି ବିଦେଶୀ ମଦ ଜବତ

୪ ଜଣକୁ କୋର୍ଟ ଚାଲାଣ

ନୂଆପଡ଼ା, ୦୮/୦୧: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଚାଲିଥିଲା ନକଲି ମଦ ତିଆରି ଏବଂ ବିକ୍ରି କାରବାର ।ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ଏସ ପି ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶ ତଥା ସିନାପାଲି ଅବକାରୀ ବିଭାଗ ଓ ଆଇ ସି ସିଦ୍ଧାନ୍ତ ପାତ୍ରଙ୍କ ଯୋଗାଯୋଗ କ୍ରମେ ବୋଡ଼େନ ବ୍ଲକରେ ଚଢାଉ କରି ସମୁଦାୟ ୬୩.୪୧୦ ଲିଟର ମଦ ସହିତ ୨୫୦ଟି ବୋତଲ ଠିପି,୪୮ ଟି ଖାଲି ବୋତଲ ,୩୨୦ଟି ଇ ଏ ଏଲ,୨ ଟି ବାଇକ୍ OD 26 B 3646 ଏବଂ OD 26 D 5646,୩ ଟି ମୋବାଇଲ ଜବତ କରିଥିବା ସୂଚନା ମିଳିଛି । ଏଥି ସହିତ ନକଲି ମଦ ତିଆରି ଓ ବିକ୍ରି କାରବାରରେ ଅଭିଯୁକ୍ତ ଲାଳସିଂ ବାବୁ(୪୦ବର୍ଷ), ଉଭୟ ଝାରଖଣ୍ଡର ପଙ୍କଜ କୁମାର(୩୨ବର୍ଷ) ଓ ଶ୍ରୀକାନ୍ତ ଶା (୩୪ବର୍ଷ) ଏବଂ ବୋଡ଼େନ ବ୍ଲକ ବୋଦଲା ପଡା ଗ୍ରାମର କ୍ଷୀର ସିନ୍ଧୁ ମାଝୀ(୩୦ବର୍ଷ)ଙ୍କୁ ଜେଏମଏଫସି ବୋଡ଼େନରେ ହାଜର କରି ଅବକାରୀ ଥାନା ସିନାପାଲି ପିଆର୍ ନମ୍ବର ୨୬୯/୨୪-୨୫ ଓଡ଼ିଶା ଅବକାରୀ ଆକ୍ଟ ୨୦୦୮ ଅଣ୍ଡର ସେକ୍ସନ 52(a)(c),55(b),59(d),R/S 62(I) ଅନୁସାରେ ଜେଲ୍ ପଠାଇ ଦିଆଯାଇଛି। ଚଢାଉ ସମୟରେ ଅବକାରୀ ଏସପି ସଂଘମିତ୍ରା ପ୍ରଧାନ, ଅବକାରୀ ଇନ୍ସପେକ୍ଟର ନୂଆପଡ଼ା ସୁରେଶ ଚନ୍ଦ୍ର ତାଣ୍ଡି, ସିନାପାଲି ଅବକାରୀ ଓ ଆଇସି ସିଦ୍ଧାନ୍ତ ପାତ୍ର, ଷ୍ଟାଫ୍ ସୋନା ମାଝୀ, ଧନ ରାଜ ଦଣ୍ଡସେନା, ଦେବୀ ସିଂ ମାଝୀ, ମଳୟ ମହାଲିଙ୍ଗ, ଗିରେନ୍ଦ୍ର କଟା, ଭଗବାନ ହଂସ, ପୁରୋହିତ ବଞ୍ଛୋର, ରିତାଞ୍ଜଳି ଶବର ଉପସ୍ଥିତ ରହି ସଫଳ ଭାବରେ ମଦ ଓ ଅଭିଯୁକ୍ତଙ୍କୁ ଗିରଫ କରିପାରିଛନ୍ତି ।