+୨ ପରୀକ୍ଷାର୍ଥୀଙ୍କୁ ଜଗିବେ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ
କପି ରୋକିବା ପାଇଁ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ଗଠନ କରିବାକୁ ନିଷ୍ପତ୍ତି ନେଇଛି ସିଏଚଏସ୍ଇ।
ଏଥର କଡ଼ା ହେବ ପରୀକ୍ଷା ପରିଚାଳନା
ଭୁବନେଶ୍ୱର, ୦୯/୦୧: ଆଗାମୀ +୨ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀଙ୍କୁ ଜଗିବେ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ। ପରୀକ୍ଷାରେ କପି ରୋକିବା ପାଇଁ ସାରା ଓଡ଼ିଶାରେ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)।
ପୂର୍ବରୁ ଗଠିତ ହୋଇଥିବା ରାଜ୍ୟସ୍ତରୀୟ ସ୍କ୍ବାଡ୍ ବିଭିନ୍ନ ଜିଲ୍ଲାରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସିଏଚ୍ଏସ୍ଇ ଅଧ୍ୟକ୍ଷ ଡ. ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଗତ ବର୍ଷ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପରୀକ୍ଷାମୂଳକ ଭାବେ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ଗଠନ ହୋଇଥିଲା। ଏହା ସଫଳ ହେବା ପରେ ଚଳିତ ଥର ସବୁ ଜିଲ୍ଲାରେ ସ୍କ୍ୱାର୍ଡ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛି ସିଏଚସିଇ। ବଡ଼ ଜିଲ୍ଲାରେ ଦୁଇଟି ଟିମ୍ ଓ ଛୋଟ ଜିଲ୍ଲାରେ ଗୋଟିଏ ଟିମ୍ ନିୟୋଜିତ ହେବେ। ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ସିଏଚସିଇ। ସେହିପରି ପରୀକ୍ଷା ପରିଚାଳନାରେ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଉପସ୍ଥିତ ରହିବେ ନାହିଁ ସେ ପ୍ରତି ଦୃଷ୍ଟି ଦିଆଯିବ।