ଜାତୀୟ ଶିକ୍ଷା ନୀତି ପାଇଁ ଷ୍ଟିୟରିଂ କମିଟି ଗଠିତ

ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଏନଇପି ୨୦୨୦

ଭୁବନେଶ୍ୱର, ୧୬/୦୧: ରାଜ୍ୟରେ ଜାତୀୟ ଶିକ୍ଷା ନୀତି‌ (ଏନଇପି) ୨୦୨୦ ଲାଗୁ କରିବା ପାଇଁ ଏକ‌ ୧୬ ଜଣିଆ ଷ୍ଟିଅରିଂ କମିଟି ଗଠନ କରାଯାଇଛି। ଭୋପାଳସ୍ଥିତ ଆରଆଇଇର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ୧୬ ଜଣିଆ ଷ୍ଟିଅରିଂ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର।

ରାଜ୍ୟ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ହେଲେ ଆରଆଇଇ ତଥା ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି, ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର ଡଃ ଗୋପାଳ ପ୍ରସାଦ ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଉଦୟନାଥ ଦାଶ, ଅବସରପ୍ରାପ୍ତ ଶିକ୍ଷାବିତ୍ ଡ. କିଶୋର ଚନ୍ଦ୍ର ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସର ପ୍ରଫେସର ସୁଦର୍ଶନ ମିଶ୍ର, ଏନଆଇଇ, ଏନସିଇଆରଟିର ରଞ୍ଜନା ଅରୋରା, ଏନଆଇଇ, ଏନସିଇଆରଟିର ପ୍ରଫେସର ସୁନୀତି ସାନୱାଲ, ସ୍ୱାଭିମାନର ସିଇଓ ଡ. ଶ୍ରୁତି ମହାପାତ୍ର, ଭୁବନେଶ୍ବରର ଆରଆଇଇ ପ୍ରିନ୍ସିପାଲ ପ୍ରଫେସର ପିସି ଅଗ୍ରଓ୍ଵାଲ, ଏନସିଇଆରଟିର ଏନଏସଟିସି କାର୍ଯ୍ୟକ୍ରମର ମୁଖ୍ୟ ପରାମର୍ଶଦାତା ଡ. ବିନୟ ପଟ୍ଟନାୟକ; ଭାଷା ଓ ଶିକ୍ଷଣ ଫାଉଣ୍ଡେସନ ପ୍ରଫେସର ମହେନ୍ଦ୍ର କୁମାର ମିଶ୍ର, ଏନଡିଡବ୍ଲୁ ସିଟିଇ, ଭୁବନେଶ୍ୱରର ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ମହାନ୍ତି, ନ୍ୟୁ ଲାଇଫ୍ ଏଜୁକେସନ୍ ଟ୍ରଷ୍ଟର ସରୋଜ କୁମାର ପଟ୍ଟନାୟକ, ପିରାମଲ ଫାଉଣ୍ଡେସନର ବରିଷ୍ଠ କୋର ଟିମ୍ ସଦସ୍ୟ ମୋନାଲ ଜୟରାମ; ଏବଂ ବୋରିଗୁମ୍ମାର ସିଡିପିଓ ଗାୟତ୍ରୀ ବାହିନୀପତି। ଏହି କମିଟିର ସଦସ୍ୟମାନେ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ପାଠ୍ୟ ଖସଡା ପ୍ରସ୍ତୁତ କରିବେ।