ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ସମ୍ମାନିତ ହେବେ ୨୯ ଜଣ
୧୯ ଜଣଙ୍କୁ ମିଳିବ ପୋଲିସ ସେବା ପଦକ
୫ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ନୂଆଦିଲ୍ଲୀ, ୨୫/୦୧: ୭୬ତମ ସାଧାରଣତନ୍ତ୍ର ଦିବସର ଅବସରରେ ଓଡ଼ିଶାର ୨୯ ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୋଲିସ, ଅଗ୍ନିଶମ ଓ ହୋମଗାର୍ଡ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି।
ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ଓଡ଼ିଶାର ୧୯ ଜଣ ପୁଲିସ କର୍ମଚାରୀଙ୍କୁ ମିଳିବ ପୁଲିସ ସେବା ପଦକ। ଦୁଇ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର, ୬ ଜଣଙ୍କୁ ସାହସିକତା ପୁରସ୍କାର, ସର୍ବଶ୍ରେଷ୍ଠ ସେବା ପାଇଁ ୧୧ ଜଣଙ୍କୁ ପ୍ରଶଂସନୀୟ ପୁରସ୍କାର ମିଳିବ। ସେହିପରି ଅଗ୍ନିଶମ ସେବାରେ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ଓ ୪ ଜଣଙ୍କୁ ପ୍ରଶଂସନୀୟ ପୁରସ୍କାର ମିଳିବା ସହ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ସେବାରେ ପ୍ରମୋଦ କୁମାର ରାଉତ ଓ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପୁରସ୍କାର ଏବଂ ସର୍ବଶ୍ରେଷ୍ଠ ସେବା ପାଇଁ ସଞ୍ଜୀବ କୁମାର ନାୟକଙ୍କୁ ପ୍ରଶଂସନୀୟ ପୁରସ୍କାର ପ୍ରଦାନ କରାଯିବ।
ପୁଲିସ, ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ସୁରକ୍ଷା ଏବଂ କରେକ୍ସନାଲ ସର୍ଭିସ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋଟ ୯୪୨ ଜଣ ପୋଲିସ ଅଫିସରଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି।
ପୋଲିସ ସେବା:
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ:
ସରୋଜ କୁମାର ସାମଲ – ପୋଲିସ ସୁପରିଟେଣ୍ଡେଣ୍ଟ
ସତ୍ୟବାଦୀ ମଲ୍ଲିକ – କନଷ୍ଟେବଳ
ସାହସିକତା ପାଇଁ ପୁରସ୍କାର:
ଗିରିଶ ଚନ୍ଦ୍ର ମାଝୀ – ସବ୍ ଇନ୍ସପେକ୍ଟର
ପବିତ୍ର କୁମାର ସାହୁ – ହାବିଲଦାର
ଉମେଶ ମୁଣ୍ଡା – ହାବିଲଦାର
ପିତାମ୍ବର ସତନାମୀ – କନଷ୍ଟେବଳ
କବି ଚନ୍ଦ୍ର ରାଉତ – କନେଷ୍ଟବଳ
ସୁଶାନ୍ତ କୁମାର ସାଗର – କନଷ୍ଟେବଳ
ସର୍ବଶ୍ରେଷ୍ଠ ସେବା ପାଇଁ ପ୍ରଶଂସନୀୟ ପୁରସ୍କାର:
ଏସ୍ କେ ଅବଦୁଲ ଫୟାଜ୍ – ସବ୍ ଇନ୍ସପେକ୍ଟର
ଶରତ ଚନ୍ଦ୍ର ବେହେରା – ସହକାରୀ ସବ୍ ଇନ୍ସପେକ୍ଟର
ତେଜ ବାହାଦୁର ଗୁରୁଙ୍ଗ – ସହକାରୀ ସବ୍ ଇନ୍ସପେକ୍ଟର
ପାରିତୋଷ ମଣ୍ଡଳ – କନଷ୍ଟେବଳ
ମହମ୍ମଦ ତୋସିଫ୍ ରବାନି – କନଷ୍ଟେବଳ
ତ୍ରିଲୋଚନ ବୁଦ୍ଧିଆ – କନଷ୍ଟେବଳ
ନରେଶ କୁମାର ଚୌଧୁରୀ – କନେଷ୍ଟବଳ
ଅତୁଲ କୁମାର ବିଶ୍ୱାଳ – ହାବିଲଦାର
ଜୟନ୍ତୀ ସୁନା – ହାବିଲଦାର
ମନୋଜ କୁମାର ଜେନା – ହାବିଲଦାର
ଦେବ ପ୍ରସାଦ ମହାନ୍ତି – ହାବିଲଦାର
ଅଗ୍ନିଶମ ସେବା:
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର:
ଭମରବର ସେଠ୍ – ଅଗ୍ନିଶମ କର୍ମଚାରୀ
ସର୍ବଶ୍ରେଷ୍ଠ ସେବା ପାଇଁ ପ୍ରଶଂସନୀୟ ପୁରସ୍କାର:
ପ୍ରଶାନ୍ତ କୁମାର ସାହୁ – ଅଗ୍ନିଶମ କର୍ମଚାରୀ
ବିଶ୍ୱ ରଞ୍ଜନ ଭୋଇ – ଅଗ୍ନିଶମ କର୍ମଚାରୀ
ଅଭିମନ୍ୟୁ ପ୍ରଧାନ – ଅଗ୍ନିଶମ କର୍ମଚାରୀ
ନଗେନ୍ଦ୍ର କୁମାର ଭାଲ – ଅଗ୍ନିଶମ କର୍ମଚାରୀ
ହୋମଗାର୍ଡ ଓ ସିଭିଲ ଡିଫେନ୍ସ:
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର:
ପ୍ରମୋଦ କୁମାର ରାଉତ – ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ
ସୌଭାଗ୍ୟ ପ୍ରଧାନ – ହୋମଗାର୍ଡ କମ୍ପାନୀ କମାଣ୍ଡର
ସର୍ବଶ୍ରେଷ୍ଠ ସେବା ପାଇଁ ପ୍ରଶଂସନୀୟ ପୁରସ୍କାର:
ସଞ୍ଜୀବ କୁମାର ନାୟକ – ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ
କରେକ୍ସନାଲ ସର୍ଭିସ ପୁରସ୍କାର:
କୁଆଁର ମାର୍ଣ୍ଡି – ବରିଷ୍ଠ ଅଧୀକ୍ଷକ
ସୁଚିତ୍ରା ଦାସ – ଅଧୀକ୍ଷକ