ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ ଅଭିଯାନରେ ସାରା ଭାରତକୁ ଗୋଟିଏ ପତାକା ତଳେ ଏକତ୍ର

ଗର୍ବ ଏବଂ ଦେଶଭକ୍ତିର ସୂତାରେ ଏକ ଭବ୍ୟ ଭାରତୀୟ ତ୍ରିରଙ୍ଗା ବୁଣିଲା ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ

ଜନସାଧାରଣଙ୍କ ସୂତ୍ରରେ ନିର୍ମିତ ଜାତୀୟ ପତାକାକୁ ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ନବୀନ ଜିନ୍ଦଲ ଓ ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ, ୨୫/୦୧: ସାଂସଦ ତଥା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ‘ମେରା ଧାଗା, ମେରା ତିରଙ୍ଗା, ମେରା ଦେଶ’ ଅଭିଯାନ ଚଳାଇ ସମଗ୍ର ଭାରତକୁ ଜାତୀୟ ପତାକା ତଳେ ଏକାଠି କରିବାର ଅନନ୍ୟ କାର୍ଯ୍ୟ କରିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ଅଖଣ୍ଡ ଭାରତର ଦୃଷ୍ଟିକୋଣ ଏବଂ ଭାରତୀୟ ଗଣତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଏକତା ଦିବସରେ ଏହି ଅଭିଯାନ ୩୧ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିଲା।

ଏହି ଅଭିଯାନ ଅଧୀନରେ ଦେଶବାସୀଙ୍କ ଠାରୁ ସେହି ଚାରିଟି ରଙ୍ଗର ସୂତା ମଗାଯାଇଥିଲା, ଯାହାଦ୍ୱାରା ଗର୍ବ ଏବଂ ଦେଶଭକ୍ତିର ପ୍ରତୀକ ଜାତୀୟ ପତାକାକୁ ବୁଣାଯାଇପାରିବ । ଜାତୀୟ ଗୌରବକୁ ପ୍ରୋତ୍ସାହିତ କରିବା, ତିରଙ୍ଗାର ମହତ୍ତ୍ୱ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା ଏବଂ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କୁ ଜାତୀୟ ପତାକା ତଳେ ଏକାଠି ହେବା ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲା ।

ଏହି ଅଭିଯାନର ମହତ୍ତ୍ୱ ସମ୍ପର୍କରେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ କହିଛନ୍ତି ଯେ, “ଭାରତୀୟ ଜାତୀୟ ପତାକା କେବଳ ଏକ ପ୍ରତୀକ ନୁହେଁ; ଏହା ହେଉଛି ଆମ ଜାତିର ଆତ୍ମା। ତ୍ରିରଙ୍ଗାର ପ୍ରତ୍ୟେକ ସୂତା ଆମ ପୂର୍ବପୁରୁଷଙ୍କ ଐତିହ୍ୟ, କାରିଗରଙ୍କ ଦକ୍ଷତା ଏବଂ ଭାରତ ଗଠନରେ ଯୋଗଦାନ ଦେଇଥିବା ଅଗଣିତ ପିଢ଼ିର ଭାବନା ବହନ କରେ ।”

ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଏହି ଅଭିଯାନ ଜାତୀୟ ସ୍ତରରେ ଆରମ୍ଭ ହୋଇଥିଲା। ଏହି ବାର୍ତ୍ତାକୁ ସୋସିଆଲ ମିଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର କରାଯାଇଥିବା ବେଳେ ସୂତା ସଂଗ୍ରହ ଅଭିଯାନରେ ଯୋଗଦାନ କରିବ।