ସୁଭଦ୍ରାରୁ ମୁଦ୍ରା ସେସନରେ ବଡ଼ ଘୋଷଣା: ‘ଶୁଣ ସୁଭଦ୍ରା’, ‘କୁହ ସୁଭଦ୍ରା’ ଓ ‘ସୁଭଦ୍ରା ସେତୁ’
ମହିଳା ହେବେ ସଶକ୍ତ ଓ ଆତ୍ମନିର୍ଭରଶୀଳ
ଭୁବନେଶ୍ୱର, ୨୯/୦୧: ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ରେ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଓ ସଶକ୍ତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅଧିନରେ ତିନୋଟି ପଦକ୍ଷେପ ନେଇଛନ୍ତି।
‘ସୁଭଦ୍ରାରୁ ମୁଦ୍ରା’ ଅଧିବେଶନରେ ‘ଶୁଣ ସୁଭଦ୍ରା’, ‘କୁହ ସୁଭଦ୍ରା’ ଓ ‘ସୁଭଦ୍ରା ସେତୁ’ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ‘ଶୁଣ ସୁଭଦ୍ରା’ ରେ ହିତାଧିକାରୀମାନେ କୌଣସି ସୂଚନା ସଂକ୍ରାନ୍ତରେ ବିଭାଗ ସହିତ ସିଧାସଳଖ ଯୋଗାଯୋଗ କରି ପାରିବେ। ସେହିପରି ‘କୁହ ସୁଭଦ୍ରା’ ରେ ବିଭାଗ ନିଜେ ହିତାଧିକାରୀଙ୍କ ସହ ଯୋଗାଯୋଗ କରି ସେବା ସମ୍ପର୍କରେ ପଚାରି ବୁଝିବ। ଏବଂ ‘ସୁଭଦ୍ରା ସେତୁ’ ୨୧ ବର୍ଷ ବୟସରେ ପହଞ୍ଚୁଥିବା ହିତାଧିକାରୀଙ୍କୁ ସୁଭଦ୍ରା ସହିତ ଯୋଡ଼ିବା ପାଇଁ ଏକ ସେତୁ ଭାବେ କାର୍ଯ୍ୟ କରିବ।