ଯାତ୍ରୀବାହୀ ବିମାନ ସହ ସେନା ହେଲିକପ୍ଟର ଧକ୍କା

୬୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ସହିତ ଆମେରିକା ଆର୍ମି ବ୍ଲାକ୍ ହକ୍ ହେଲିକପ୍ଟର ସହ ମୁହାଁମୁହିଁ ଧକ୍କା ହୋଇଛି।

୧୯ ମୃତଦେହ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି

ୱାଶିଂଟନ, ୩୦/୦୧: ଆମେରିକାରେ ଘଟିଛି ବଡ଼ ଧରଣର ବିମାନ ଦୁର୍ଘଟଣା‌। ଗୁରୁବାର ସକାଳେ ୬୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ସହିତ ଆମେରିକା ଆର୍ମି ବ୍ଲାକ୍ ହକ୍ ହେଲିକପ୍ଟର ସହ ମୁହାଁମୁହିଁ ଧକ୍କା ହୋଇ ପୋଟୋମାକ୍ ନଦୀକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି।

ଯାତ୍ରୀବାହୀ ବିମାନଟି ୱାଶିଂଟନ ଡିସି ନିକଟରେ ଥିବା ରୋନାଲ୍ଡ ରେଗାନ୍ ୱାଶିଂଟନ ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବ୍ଲାକ୍ ହକ୍ ହେଲିକପ୍ଟରରେ ତିନି ଜଣ ସେନା କର୍ମଚାରୀ ଥିବା ବେଳେ ଯାତ୍ରୀବାହୀ ବିମାନରେ ୬୪ ଜଣ ଯାତ୍ରୀ ଓ ୪ ଜଣ କ୍ରିଉ ମେମ୍ବର ଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ୱାଶିଂଟନ ନିକଟସ୍ଥ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣ ଓ ଅବତରଣ କୁ ବନ୍ଦ କରି ଦିଆଯାଇଛି।

ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଏକ ଭୟଙ୍କର ଦୁର୍ଘଟଣା ବୋଲି କହିବା ସହ ଜରୁରୀକାଳୀନ ରେସପନ୍ସ ଟିମଙ୍କୁ ପ୍ରଶଂସା କରିଛନ୍ତି।