ହାଇଟେକ ହସ୍ପିଟାଲରେ ଗାନ୍ଧୀଙ୍କ ମହାପ୍ରାୟାଣ

ବିଶ୍ବ କୁଷ୍ଠ ରୋଗ ଦିବସ ପାଳନ

ଭୁବନେଶ୍ୱର, ୩୦/୦୧: ସମାଜରେ ଗାନ୍ଧିଙ୍କ ଆଦର୍ଶ ଓ ନୀତି ବାଣୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ଯ ସାରା ବିଶ୍ଵକୁ ଆମୋହିତ କରି ରଖିଛି। ପୂର୍ବରୁ କୁଷ୍ଠ ରୋଗକୁ ନେଇ ଥିବା ଛୁଆଁ ଅଛୁଆଁ ଭେଦଭାବ ଏବଂ କୁଷ୍ଠ ରୋଗକୁ ଦୂର କରିବା ପାଇଁ ସାମାଜିକ ବାଛନ୍ଦ ଭଳି ଅନ୍ଧ ବିଶ୍ଵାସ ସମାଜକୁ ଘେରି ରହିଥିଲା। ଗାନ୍ଧୀଙ୍କ କାର୍ଯ୍ୟ ଓ ଚିନ୍ତାଧାରା ସେଥିରୁ ମୁକ୍ତ କରିଛି। ଏହି ଅବସରରେ ଆଇ.ଏ.ଡି.ବି.ଏଲ୍ ଓଡିଶା, ଆଇ.ଏ.ଡି.ବି.ଏଲ୍ ଜାତୀୟ ସଂସ୍ଥା ସହିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ମିଳିତ ସହଯୋଗରେ ଚର୍ମରୋଗ ବିଭାଗ ତରଫରୁ କୁଷ୍ଠ ରୋଗୀଙ୍କ ପାଇଁ କଲ୍ୟାଣ ଶିବିର ସହିତ ଏକ ଜନ ସଚେତନତା ଶିବିର ହାଇଟେକ୍ ହସ୍ପିଟାଲରେ ଆୟୋଜନ କରାଯାଇଛି। ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ଡ. ରାକେଶ କୁମାର ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଏହି ରୋଗ ଏବଂ ଏହାର ପ୍ରଭାବ ତଥା ଏହାକୁ କିପରି ପରିଚାଳନା କରାଯିବ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ବିଭାଗର ବିଭାଗୀୟ ମୁଖ୍ୟ ଡ. ବିନାୟକ ଚନ୍ଦ୍ର ଦ୍ବାରି, ଆଇ.ଏ.ଡି.ବି.ଏଲ୍ ଓଡିଶାର ସଭାପତି ଡ. ବିନୋଦିନୀ ବେହେରା, ଚର୍ମରୋଗ ବିଭାଗ ଡକ୍ଟର ତଥା ସଚିବ ଡ. କୁମାର ଅଭିଷେକ ମଧ୍ୟ କୁଷ୍ଠ ରୋଗକୁ କିପରି ପରିଚାଳନା କରାଯିବ, ଏହାର ସଠିକ ଚିକିତ୍ସା, ରୋଗୀମାନେ କିପରି ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ ଏବଂ ରୋଗକୁ ଭୟ ନ କରିବେ ସେ ବିଷୟରେ କହିଛନ୍ତି। ଏହି ଅବସରରେ ଆଜି ସକାଳେ କଟକ ସ୍ଥିତ ଲେପ୍ରୋସି ହୋମ୍‌ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମେଡିକାଲ ସୁପରିଟେଣ୍ଡେ ଡ. ରବିନ୍ଦ୍ରନାଥ ବେହେରା, ସାଧାରଣ ପ୍ରଶାସକ ନିର୍ଦ୍ଦେଶକ ଡ. ବାସୁଦେବ ବେହେରା, ପ୍ରିନ୍ସିପାଲ ଡ. ରାଧାମାଧବ ତ୍ରୀପାଠି, ଚର୍ମରୋଗ ବିଭାଗ ଡ. ନିବେଦିତା ପାତ୍ର ଉପସ୍ଥିତ ଥିଲେ।