ବଢିଲା ରାସନ୍ କାର୍ଡ ଇ-କେୱାଇସି ଅବଧି
ଏ ସଂକ୍ରାନ୍ତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଜାନୁଆରୀ ୩୧ ଥିଲା ଶେଷ ସମୟସୀମା
ଭୁବନେଶ୍ୱର, ୩୦/୦୧: ରାସନ୍ କାର୍ଡରେ ଇ-କେୱାଇସି ଅପଡେଟ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଜାନୁଆରୀ ୩୧ ତାରିଖ ଭିତରେ ଇ-କେୱାଇସି ଅବଧି ଅପଡେଟ କରିବା ପାଇଁ ଘୋଷଣା କରିଥିବା ବେଳେ ଏଯାଏଁ ବି ଅନେକ ହିତାଧିକାରୀ ଇ-କେୱାଇସି ଅପଡେଟ କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଫେବ୍ରୁଆରୀ ୧୫ ଯାଏଁ ଇ-କେୱାଇସି ଅପଡେଟ ପାଇଁ ପୁନଃ ତାରିଖ ଘୁଞ୍ଚା ଯାଇଛି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି।
ମନ୍ତ୍ରୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ ରାସନ୍ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୩୨ ହଜାର ୩୭୮ ଜଣ ରାଜ୍ୟ ବାହାରେ ରହୁଥିବା ହିତାଧିକାରୀ ଇ-କେୱାଇସି ଅପଡେଟ କରିଛନ୍ତି। ଏପର୍ଯ୍ୟନ୍ତ ଆହୁରି ୩୮ ଲକ୍ଷ ୩ ହଜାର ୨୩୮ ଜଣ ହିତାଧିକାରୀ ଇ-କେୱାଇସି ଅପଡେଟ କରିନାହାନ୍ତି।