ଭୁବନେଶ୍ୱର, ୩୧/୦୧: ଆଜି ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ମଧୁସୂଦନ ପାଢ଼ୀ। ପୂର୍ବତନ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ତାଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଛନ୍ତି।
ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଦାୟିତ୍ଵ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାର ଯେଉଁ ଦାୟିତ୍ୱ ଦେଇଛନ୍ତି, ଏହା ଏକ ଗୁରୁ ଦାୟିତ୍ୱ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏହାକୁ ସୁଚାରୁରୂପେ ତୁଲାଇବି। ପ୍ରଶାସନିକ ଅଧିକାରୀ ଭାବେ ନିଜର ଅଭିଜ୍ଞତା ଅନୁସାରେ ନିରପେକ୍ଷ ଭାବେ ସମସ୍ତ କାର୍ଯ୍ୟ କରିବି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୭ ତାରିଖରେ ୧୯୯୧ ବ୍ୟାଚ୍ ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ।