ନୋବେଲ ଶାନ୍ତି ପୁରସ୍କାର ପାଇବେ ଏଲନ ମସ୍କ!

ମନୋନୀତ କଲେ ୟୁରୋପୀୟ ସଂସଦର ସଦସ୍ୟ ବ୍ରାଙ୍କୋ ଗ୍ରିମ୍ସ

ବିଶ୍ୱ ଶାନ୍ତି ପାଇଁ ମସ୍କଙ୍କ ଅବଦାନକୁ ମିଳିବ ସ୍ୱୀକୃତି

ୱାଶିଂଟନ, ୩୦/୦୧: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍ଲା, ସ୍ପେସ୍ ଏକ୍ସ ଓ ଏକ୍ସ ଭଳି କମ୍ପାନିର ମାଲିକ ଏଲନ୍ ମସ୍କଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର ୨୦୨୫। ଏଥିପାଇଁ ଆନୁଷ୍ଠାନିକ ଭାବେ ମନୋନୀତ କରିଛନ୍ତି ୟୁରୋପୀୟ ସଂସଦର ସ୍ଲୋଭେନିଆନ ସଦସ୍ୟ ବ୍ରାଙ୍କୋ ଗ୍ରିମ୍ସ। ଗ୍ରିମ୍ସଙ୍କ କହିବା ଅନୁଯାୟୀ, ସ୍ୱାଧୀନ ଭାବେ ମତବ୍ୟକ୍ତ ପାଇଁ ମସ୍କଙ୍କ ନିରନ୍ତର ପ୍ରୟାସ ଏବଂ ବିଶ୍ୱ ଶାନ୍ତି ପାଇଁ ତାଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ ଏହି ନାମାଙ୍କନ କରାଯାଇଛି।

ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ନାମ ଲେଖା ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହୋଇ ଜାନୁଆରୀ ୩୧ ତାରିଖରେ ଶେଷ ହୁଏ। ଏହି ସମୟସୀମା ପରେ ମୂଲ୍ୟାୟନ ପାଇଁ ଫେବ୍ରୁଆରି ମଧ୍ୟଭାଗରେ ନୋବେଲ କମିଟି ନିକଟରେ ମନୋନୟନ ଦାଖଲ କରାଯାଏ। ଏହାପରେ କମିଟି ସମସ୍ତ ବୈଧ ନାମାଙ୍କନର ସମୀକ୍ଷା କରି ଅଧିକ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିଥାଏ।