ଇତିହାସର ଆଇନାରେ

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଘଟଣାବଳୀ ସମୂହ ଉପରେ।

ଆଜି ଓ ଆସନ୍ତାକାଲିର ‘ଦର୍ଶନ’

ଆଜିର ତାରିଖ ୫ ଫେବ୍ରୁଆରୀ ୨୦୨୫:
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-
୧. ଖାନ୍ ଅବଦୁଲ ଗଫର ଖାନ୍ (୬ ଫେବ୍ରୁଆରୀ ୧୮୯୦ – ୨୦ ଜାନୁଆରୀ ୧୯୮୮) ଜଣେ ମହାନ ରାଜନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ “ସାହାଡି ଗାନ୍ଧୀ” (ଗାନ୍ଧୀ) ନାମରେ ପରିଚିତ ଥିଲେ । ପାକିସ୍ତାନ ଏବଂ ଆଫଗାନିସ୍ତାନର ମୁସଲମାନ ଜାତି ଗୋଷ୍ଠୀ ପଠାନ ବା ପଖତୁନ ଥିଲେ। ତାଙ୍କୁ ‘ବାଦଶାହ ଖାନ୍’ ବୋଲି ମଧ୍ୟ ଡକାଯାଏ।
୨. କବି ପ୍ରଦୀପ (୬ ଫେବ୍ରୁଆରୀ ୧୯୧୫ – ୧୧ ଡିସେମ୍ବର ୧୯୯୮) ରାମଚନ୍ଦ୍ର ନାରାୟଣଜୀ ଦ୍ୱିବେଦୀ ‘କବି ପ୍ରଦୀପ’ ନାମରେ ଜଣାଶୁଣା। ପ୍ରଦୀପ ହିନ୍ଦୀ ସାହିତ୍ୟ ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା। ୧୯୬୨ର ‘ଭାରତ-ଚୀନ ଯୁଦ୍ଧ’ରେ ସହିଦ ହୋଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କବି ପ୍ରଦୀପ ‘ଏ ମେରେ ୱାତନ କେ ଲୋଗନ’ ଦେଶାତ୍ମବୋଧକ ଗୀତ ଲେଖି ବହୁ ପରିଚିତି ହାସଲ କରି ପାରିଥିଲେ।

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ପଣ୍ଡିତ ମୋତିଲାଲ ନେହେରୁ (୬ ମଇ ୧୮୬୧ – ୬ ଫେବ୍ରୁଆରୀ ୧୯୩୧) ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପିତା ଯିଏ କି ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଏବଂ ଦେଶ ପାଇଁ ନିଜ ବିଳାସପୂର୍ଣ୍ଣ ଜୀବନକୁ ତ୍ୟାଗ କରିଥିଲେ ବରଂ ଦେଶ ପାଇଁ ନିଜ ପରିବାର ସଦସ୍ୟଙ୍କ ସମେତ ସବୁ କିଛି ବାଜି ଲଗାଇ ଦେଇଥିଲେ। ସେ ଜଣେ ଆଇନଜୀବୀ ମଧ୍ୟ ଥିଲେ।
୨. ପ୍ରତାପ ସିଂହ କୈରନ୍ (୧ ଅକ୍ଟୋବର ୧୯୦୧ – ୬ ଫେବୃଆରୀ ୧୯୬୫) ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଯେତେବେଳେ ହରିୟାଣା ଓ ହିମାଚଳ ପ୍ରଦେଶ ‘ପଞ୍ଜାବ’ ଅଧୀନରେ ଥିଲା ସେତେବେଳେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ।

ଆଜିର ଦିନରେ ଘଟିଥିବା ଘଟଣାବଳୀ:-
୧୭୧୫ – ପର୍ତ୍ତୁଗାଲ ଓ ସ୍ପେନ ମଧ୍ୟରେ ଯୁଦ୍ଧ ଶେଷ ହୋଇଥିଲା।
୧୭୮୮ – ମାସାଚୁସେଟ୍ସ ଆମେରିକାର ସମ୍ବିଧାନକୁ ଗ୍ରହଣ କରିବାରେ ଷଷ୍ଠ ରାଜ୍ୟ ହୋଇଥିଲା।
୧୮୧୯ – ସାର୍ ଥୋମାସ ଷ୍ଟାମ୍ଫୋର୍ଡ ରାଫଲ୍ସଙ୍କ ଦ୍ୱାରା ସିଙ୍ଗାପୁର ଆବିଷ୍କାର ହୋଇଥିଲା।
୧୮୩୩ – ଓଟୋ ଆଧୁନିକ ଗ୍ରୀସର ପ୍ରଥମ ସମ୍ରାଟ ହୋଇଥିଲେ।
୧୮୯୯ – ଆମେରିକା ଓ ସ୍ପେନ ମଧ୍ୟରେ ଯୁଦ୍ଧ ଶେଷ ହୋଇଥିଲା।
୧୯୧୧ – ଆମେରିକାର ଆରିଜୋନାରେ ପ୍ରଥମ ବୃଦ୍ଧାଶ୍ରମ ଖୋଲାଯାଇଥିଲା ।
୧୯୧୮ – ବ୍ରିଟେନରେ ତିରିଶ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ଭୋଟ୍ ଦେବାର ଅଧିକାର ମିଳିଥିଲା।
୧୯୪୧ – ବ୍ରିଟିଶ ସେନା ଲିବିୟାର ବେନଘାଜି ସହରକୁ ନିଜ ଅକ୍ତିଆରକୁ ଆଣିଥିଲା।
୧୯୫୨ – ବ୍ରିଟେନର ରାଜା ଜର୍ଜ ଷଷ୍ଠଙ୍କ ମୃତ୍ୟୁ ପରେ ଏଲିଜାବେଥ ଦ୍ୱିତୀୟ ଇଂଲଣ୍ଡର ରାଣୀ ଭାବେ ସିଂହାସନ ଗ୍ରହଣ କରିଥିଲେ।
୧୯୫୯ – ଆନ୍ନା ଚାନ୍ଦି କେରଳ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଯିଏ କି ହାଇକୋର୍ଟରେ ନିଯୁକ୍ତି ପାଇଥିବା ପ୍ରଥମ ମହିଳା ବିଚାରପତି।
୧୯୮୭ – ଜଷ୍ଟିସ ମେରି ଗୋଡ୍ରାନ ପ୍ରଥମ ମହିଳା ଭାବେ ଅଷ୍ଟ୍ରେଲିଆର ହାଇକୋର୍ଟର ବିଚାରପତି ହୋଇଥିଲେ।
୨୦୦୮ – ଦେଶର ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଳ୍ପପତି ଏମପି ଜିନ୍ଦଲଙ୍କୁ ଉଦ୍ୟୋଗ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।