ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜୟ ମୁହାଁ ବିଜେପି
ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ଗଣତି ଚାଲିଛି।
ପଛରେ ପଡ଼ିଲା ଆପ: ଖାତା ଖୋଲିନି କଂଗ୍ରେସ
ନୂଆଦିଲ୍ଲୀ, ୦୮/୦୨: ଗତ ୫ ତାରିଖରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନର ଚାଲିଛି ଭୋଟ ଗଣତି। ସକାଳ ୮ଟାରୁ ନିର୍ବାଚନ ଆୟୋଗ ଭୋଟ ଗଣତି ଆରମ୍ଭ କରିବା ପରେ ବିଜେପି ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ବିଜେପି ୪୨ଟି ଆସନରେ ଆଗୁଆ ଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ୨୮ ଆସନରେ ଆଗୁଆ ରହିଛି।
ସୂଚନାଯୋଗ୍ୟ, ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ ୬୦.୩୯ ପ୍ରତିଶତ ମତଦାନ ହୋଇଥିଲା। ମୁସ୍ତାଫାବାଦ (୬୯%) ରେ ସର୍ବାଧିକ ମତଦାନ ହୋଇଥିବା ବେଳେ ସର୍ବନିମ୍ନ କରୋଲ ବାଗରେ (୪୭.୪୦%) ରହିଥିଲା।
ବୁଧବାର ଅଧିକାଂଶ ଏକଜିଟ୍ ପୋଲ୍ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବ ବୋଲି ପୂର୍ବାନୁମାନ କରିଥିଲା। ସେପଟେ କଂଗ୍ରେସକୁ ସେଭଳି ସଫଳତା ନ ମିଳିବା ଅନୁମାନ କରାଯାଉଥିଲା। ଯଦି ଏଥର ବିଜେପି ଦିଲ୍ଲୀରେ ଜିତେ ତାହାଲେ, ଦୀର୍ଘ ୨୭ ବର୍ଷ ପରେ ସରକାର ଗଢ଼ିବାକୁ ସୁଯୋଗ ମିଳିବ।