ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ୧୨୪ ତମ ଜୟନ୍ତୀ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଶିକ୍ଷାବିତ ପ୍ରଫେସର ଡ ସର୍ବେଶ୍ଵର ଶେଣ

କେନ୍ଦ୍ରାପଡା, ୦୮/୦୨: ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତଙ୍କ ୧୨୪ ତମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ସହରର ଅର୍ବାନ୍ ବ୍ୟାଙ୍କ ପାର୍ଶ୍ଵ ପ୍ରତିମୂର୍ତ୍ତି ସ୍ଥଳରେ ପାଳିତ ହୋଇ ଯାଇଛି।

କୁନ୍ତଳା କୁମାରୀ ସାବତ ପ୍ରତିଭା ପୂଜା ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ତଥା ରାଜଶ୍ରୀର କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ ସର୍ବେଶ୍ଵର ଶେଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନ୍ତଳା କୁମାରୀଙ୍କର ପୂର୍ଣ୍ଣାବୟବରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସମର୍ପଣ କରିଥିଲେ। ଡକ୍ଟର କୁନ୍ତଳା କୁମାରୀ ନିଜ ସାହିତ୍ୟ ସୃଜନୀ ମାଧ୍ୟମରେ ତତ୍କାଳୀନ ନାରୀ ସମସ୍ୟା , ଭେଦଭାବ ଦୂରୀକରଣ , ପ୍ରକୃତି ଚିତ୍ରଣ ଏବଂ ବିଭୁଚେତନା ସମେତ ସ୍ଵତନ୍ତ୍ର ଉତ୍କଳ ଏବଂ ଦେଶର ସ୍ଵାଧୀନତା ଲକ୍ଷ୍ୟରେ ବୈପ୍ଳବିକ ଜାଗରଣ ସୃଷ୍ଟି କରି ଜଣେ ମହୀୟସୀ ଉଜ୍ଜ୍ୱଳ ନାରୀ ପ୍ରତିଭା ଭାବେ ଚିର ନମସ୍ୟା ହୋଇ ରହିବେ ବୋଲି ପ୍ରଫେସର ଶେଣ କହିଥିଲେ।  ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ,  କେନ୍ଦ୍ରାପଡା ପୌର ପରିଷଦ ଅଧ୍ୟକ୍ଷା ସରିତା ସାହୁ ,  ବିଶିଷ୍ଟ କଥାକାର ଅବନ୍ତୀ ବେହେରା , ଭାଷ୍ୟକାର ଅନାଦିଚରଣ ମାହାଳି,  ସମାଜସେବୀ ପ୍ରଦୀପ କୁମାର ନାୟକ ଏବଂ ରାଜଶ୍ରୀର ସଭାପତି ବିଶିଷ୍ଟ ପରିବେଶ ବିତ୍ କାଶୀନାଥ ରାଉତରାୟ ପ୍ରମୂଖ ନିଜ ବକ୍ତବ୍ୟରେ କୁନ୍ତଳା କୁମାରୀଙ୍କ ସାମଗ୍ରିକ ସାହିତ୍ୟିକ କୃତି ଏବଂ ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ଇତ୍ୟବସରରେ ଅନୁଷ୍ଠାନ ତରଫରୁ ସୁନାମଧନ୍ୟା କବି ଜ୍ୟୋତ୍ସ୍ନା ରାଣୀ ସୂତାରଙ୍କୁ ଉତ୍କଳ ଭାରତୀ ସାହିତ୍ୟ ସମ୍ମାନ ଅର୍ପଣ କରାଯାଇଥିବା ବେଳେ ସମାଜସେବୀ ବିଜୟ କୁମାର ବିଶ୍ଵାଳ ଏବଂ କୁନ୍ତଳା କୁମାରୀଙ୍କ ନାତୁଣୀ  ଦେବସ୍ମିତା ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ଆଡଭୋକେଟ ପ୍ରଦୀପ ଦାଶ ସ୍ଵାଗତ ଭାଷଣ , କଣ୍ଠଶିଳ୍ପୀ ଗୋଲୋକ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ସମାଜସେବୀ ପଦ୍ମନାଭ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସମିତିର ସଂଗଠକ ତୁଷାର ଘୋଷ , ନବକିଶୋର ବାରିକ, ବାଉରୀ ବନ୍ଧୁ ଦାସ , ଅମୂଲ୍ୟ ନନ୍ଦ ସାହୁ , ରାଜେନ୍ଦ୍ର ମହାପାତ୍ର , କବି ଅଜୟ କୁମାର ପାତ୍ର,  ସମାଜସେବୀ  ଅକ୍ଷୟ କୁମାର ତରାଇ, ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ, ସମାଜସେବୀ ସୁକାନ୍ତ କୁମାର ଦାସ , କବି ଶ୍ରୀଧର ଭୋଳ , ଆଡଭୋକେଟ ନିହାର ମହାପାତ୍ର, ନିରଞ୍ଜନ ବଳ , ରମଣୀ ରଞ୍ଜନ ରାଉତରାୟ , ଧ୍ରୁବ ଚରଣ ଜେନା , ସମାଜସେବୀ ପ୍ରକାଶ କୁମାର ଜେନା , କବି ଅଶୋକ କୁମାର ସାହୁ  ପ୍ରମୂଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।। ଇତ୍ୟବସରରେ ରାଜଶ୍ରୀ ଇପତ୍ରିକାର ମୁଖ୍ୟ ସମ୍ପାଦକ କବି ସଞ୍ଜୟ କୁମାର ରଥ , ସଂଯୋଜିକା ସୁପ୍ରିୟା ସାହୁ ଏବଂ  ରାଜଶ୍ରୀ ତଥା ଉତ୍କଳ ଭାରତୀର ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସମ୍ପାଦନାରେ ” ଉତ୍କଳ ଭାରତୀ ” ଇପତ୍ରିକା ଭର୍ଚୁଆଲରେ ଲୋକାର୍ପିତ କରାଯାଇଥିଲା ।