ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୯ ଫେବ୍ରୁଆରୀ ୨୦୨୫:

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ଚିତ୍ତରଥ ପୁଭାକ୍କତ କ୍ରିଷ୍ଣନ ନାୟାର (୯ ଫେବୃଆରୀ ୧୯୨୨ – ୧୭ ମଇ ୨୦୧୪) କେରଳର କନ୍ନୁରରେ ଜନ୍ମଗ୍ରହଣ କରିଥିଲେ। ସେ ଏମିରେଟ୍ସ ଅଫ୍ ହୋଟେଲ ଲୀଲାଭେଣ୍ଟରର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଥିଲେ। ସେ ଭାରତୀୟ ସେନାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପ୍ରଥମେ ଏକ ଟେକ୍ସଟାଇଲ ୟୁନିଟ୍ ସ୍ଥାପନ କରିଥିଲେ। ପରେ ୧୯୮୧ ମସିହାରେ ସେ ଲୀଲା ପ୍ୟାଲେସ ନାମକ ଏକ ବିଳାସପୂର୍ଣ୍ଣ ହୋଟେଲ ଆରମ୍ଭ କରିଥିଲେ। ସେ ଫେବୃଆରୀ ୨୦୧୩ରେ ସେ ହୋଟେଲ ଲୀଲାଭେନଚ୍ୟୁର ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

୨. ବିଷ୍ଣୁ ଖାରେ (୯ ଫେବୃଆରୀ ୧୯୪୦ – ୧୯ ସେପ୍ଟେମ୍ବର ୨୦୧୮), ଜଣେ ଭାରତୀୟ ହିନ୍ଦୀ କବି, ଅନୁବାଦକ, ସାହିତ୍ୟ ଓ ଚଳଚ୍ଚିତ୍ର ସମାଲୋଚକ, ସାମ୍ବାଦିକ ଏବଂ ସ୍କ୍ରିପ୍ଟ ରାଇଟର ଥିଲେ। ସେ ବିଶ୍ୱବିଦ୍ୟାଳୟ ସ୍ତରରେ ଇଂରାଜୀ ସାହିତ୍ୟ ଅଧ୍ୟାପନା କରିବା ସହ ସାହିତ୍ୟ ଏକାଡେମୀ, ନ୍ୟାସନାଲ ଏକାଡେମୀ ଅଫ୍ ଲେଟର୍ସ ଇନ୍ ଇଣ୍ଡିଆର ପ୍ରୋଗ୍ରାମ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଲକ୍ଷ୍ନୌ, ଜୟପୁର ଏବଂ ନୂଆଦିଲ୍ଲୀରେ ହିନ୍ଦୀ ଦୈନିକ ନବଭାରତ ଟାଇମ୍ସର ସମ୍ପାଦକ ଥିଲେ।

୩. ପରିମର୍ଜନ ନେଗି ଉତ୍ତରାଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ।ସେ ଜଣେ ବିଶିଷ୍ଟ ଗ୍ରାଣ୍ଡ ମାଷ୍ଟର ଖେଳାଳି। ଗ୍ରାଣ୍ଡମାଷ୍ଟର ଟାଇଟଲ ଜିତିବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ ଖେଳାଳି। ୨୦୦୫ରେ ପରିମର୍ଜନ ନେଗୀ ବିଶ୍ୱର ସର୍ବକନିଷ୍ଠ ‘ଇଣ୍ଟରନ୍ୟାସନାଲ୍ ମାଷ୍ଟର’ ହୋଇଥିଲେ। ୨୦୦୨ରେ ତେହେରାନରେ ଅନୁଷ୍ଠିତ ୧୦ ବର୍ଷରୁ କମ୍ ଏସିଆନ ଚାମ୍ପିୟନଶିପରେ ପରିମର୍ଜନ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସଫଳତା ହାସଲ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ବାଳକୃଷ୍ଣ ଚାପେକର (୧୮୭୩ – ୯ ଫେବୃଆରୀ ୧୮୯୯) ଭାରତୀୟ ଇତିହାସର ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଥିଲେ। ବାଲ ଗଙ୍ଗାଧର ତିଲକଙ୍କ ଦ୍ୱାରା ସେ ବହୁତ ପ୍ରଭାବିତ ହୋଇଥିଲେ। ସେ ପ୍ଲେଗ୍ ବିରୋଧୀ ଅଭିଯାନ କାର୍ଯ୍ୟକାରୀ କରିଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୯୬୨ – ଜାମାଇକା ଏକ ସ୍ୱାଧୀନ ଦେଶ ହେବା ପାଇଁ ଦସ୍ତାବିଜରେ ସ୍ୱାକ୍ଷର କରିଥିଲା।

୧୬୬୭ – ପୋଲାଣ୍ଡ ଓ ରୁଷିଆ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୭୮୮ – ଅଷ୍ଟ୍ରିଆ ଆଜିର ଦିନରେ ରୁଷିଆ ବିରୋଧରେ ଯୁଦ୍ଧ ଘୋଷଣା କଲା।

୧୮୦୧ – ଅଷ୍ଟ୍ରିଆ ଓ ଫ୍ରାନ୍ସ ଲୁନେଭାଇଲ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ।

୧୯୩୧ – ଭାରତରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ ସମ୍ମାନରେ ଫଟୋ ସହ ଡାକ ଟିକଟ ଜାରି କରାଯାଇଥିଲା।

୧୯୫୧ – ସ୍ୱାଧୀନ ଭାରତରେ ପ୍ରଥମ ଜନଗଣନା କରିବା ପାଇଁ ଏକ ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା।

୧୯୭୧ – ଆପୋଲୋ ୧୪ ଅଭିଯାନ ଚନ୍ଦ୍ରରୁ ପୃଥିବୀକୁ ଫେରିଥିଲା।

୧୯୭୩ – ବିଜୁ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହୋଇଥିଲେ।

୧୯୭୫ – ମହାକାଶରୁ ୨୯ ଦିନ ପରେ ପୃଥିବୀକୁ ଫେରିଲା ରୁଷୀୟ ମହାକାଶଯାନ “ସୋୟୁଜ ୧୭”।

୧୯୭୯ – ଆଫ୍ରିକୀୟ ଦେଶ ନାଇଜେରିଆରେ ସମ୍ବିଧାନ ପରିବର୍ତ୍ତନ କରାଯାଇଥିଲା ।

୧୯୯୧ – ଲିଥୁଆନିଆର ଭୋଟରମାନେ ସ୍ୱାଧୀନତା ପାଇଁ ଭୋଟ୍ ଦେଇଥିଲେ।

୧୯୯୯ – ଭାରତୀୟ ନିର୍ଦ୍ଦେଶକ ଶେଖର କପୁରଙ୍କ ଫିଲ୍ମ ‘ଏଲିଜାବେଥ୍’ ଓସ୍କାର ପାଇଁ ମନୋନୀତ ହୋଇଥିଲା।

୨୦୦୭ – ପାକିସ୍ତାନର ବିରୋଧୀ ଦଳ ଜମାତି ଉଲେମା ଇସଲାମି ଜିନ୍ନାଙ୍କୁ ସ୍ୱାଧୀନତା ସଂଗ୍ରାମୀ ତାଲିକାରୁ ହଟାଇ ଦେଇଥିଲା।