ବାରବାଟୀରେ ଭାରତର ଦମଦାର ବିଜୟ

୪ ୱିକେଟରେ ଜିତିଲା ଭାରତ

କଟକ, ୦୯/୦୨: କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚରେ ୩ ଦିନିଆ ସିରିଜରେ ୨-୦ରେ ସିରିଜର କବଜା କଲା ଇଣ୍ଡିଆ। ୪ ୱିକେଟରେ ଦ୍ୱିତୀୟ ଦିନିକିଆରେ  ଜିତିଛି ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ୩୩ ବଲ ବାକି ଥାଇ ୩୦୮ ରନ୍ କରି ସିରିଜ ଜିତିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା‌ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ୫୦ ଓଭରରେ ୯ଟି ୱିକେଟ ହରାଇ ୩୦୪ ରନ୍ କରିଥିଲା। ଭାରତ ପକ୍ଷରୁ ୩୦୫ ରନ୍ ଟାର୍ଗେଟ କରି ଓପନିଂ କରିଥିଲେ ରୋହିତ ଶର୍ମା ଓ ଶୁଭମାନ ଗିଲ୍।

ଭାରତ ୩୦୫ ରନ ର ପିଛା କରି ଇଂଲଣ୍ଡକୁ ୪୪.୩ ଓଭରରେ ୪ ଓ୍ଵିକେଟରେ ପରାସ୍ତ କରିଛି। ଭାରତର ଅଧିନାୟକ ରୋହିତ ଶର୍ମା ୯୦ ବଲରେ ୮ଟି ଛକା ଓ ୧୨ଟି ଚୌକା ମାରିବା ସହ ୧୧୯ ରନ୍ କରି କ୍ୟାଚ ଆଉଟ୍ ହୋଇଥିଲେ। ଆଜିର ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଛନ୍ତି ରୋହିତ। ଶ୍ରେୟସ ଆୟର ୪୪, ଅକ୍ଷର ପଟେଲ ୪୧, କେ.ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ଯା ୧୦ ରନ କରିଥିଲେ।

ଆଗାମୀ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।