ଆଜିର ତାରିଖ ୧୭ ଫେବ୍ରୁଆରୀ ୨୦୨୫:
*ବିଶ୍ୱ ମାନବ ଆତ୍ମା ଦିବସ: ଜୀବନର ଆହ୍ୱାନର ମୁକାବିଲା କରିବାରେ ସକାରାତ୍ମକତା, କରୁଣା ଏବଂ ଆଭ୍ୟନ୍ତରୀଣ ଶକ୍ତି ଉପରେ ମାନବ ଆତ୍ମାର ସ୍ଥିରତା ଏବଂ ଶକ୍ତିକୁ ଗୁରୁତ୍ୱ ଦେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-
୧. ବୁଦ୍ଧୁ ଭଗତ (୧୭ ଫେବୃଆରୀ ୧୭୯୨ – ୧୩ ଫେବୃଆରୀ ୧୮୩୨) ଝାଡ଼ଖଣ୍ଡର ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ଇତିହାସରେ ଜଣେ ବିଶିଷ୍ଟ ବିପ୍ଳବୀ। ବ୍ରିଟିଶ, ଜମିଦାର ଓ ସାହୁକାରଙ୍କ ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ସେ ସର୍ବଦା ଲଢ଼େଇ କରୁଥିଲେ।
୨. ସର୍ଦ୍ଦାର ପୁରଣ ସିଂହ (୧୭ ଫେବୃଆରୀ ୧୮୮୧ – ୩୧ ମାର୍ଚ୍ଚ ୧୯୩୧) ଭାରତର ଜଣେ ବିଶିଷ୍ଟ ପ୍ରବନ୍ଧକାର ଥିଲେ। ସେ ଜଣେ ଦେଶପ୍ରେମୀ, ଶିକ୍ଷାବିତ୍, ଶିକ୍ଷକ, ବୈଜ୍ଞାନିକ ଓ ଲେଖକ ଥିଲେ।
୩. ଜୀବନାନନ୍ଦ ଦାସ (୧୭ ଫେବୃଆରୀ ୧୮୯୯ – ୨୨ ଅକ୍ଟୋବର ୧୯୫୪) ଜଣେ ପ୍ରସିଦ୍ଧ ବଙ୍ଗୀୟ କବି ଓ ଲେଖକ ଥିଲେ। ତାଙ୍କ ଉପନ୍ୟାସ ଓ ଗଳ୍ପ ବଙ୍ଗଳା ଅଞ୍ଚଳର ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି। ୧୯୫୫ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଶ୍ରେଷ୍ଠ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
୪. କଲଭାକୁନ୍ତଳା ଚନ୍ଦ୍ରଶେଖର ରାଓ(୧୭ ଫେବୃଆରୀ ୧୯୫୪) ଆନ୍ଧ୍ରପ୍ରଦେଶର ମେଡକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ୱତନ୍ତ୍ର ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ର ମୁଖ୍ୟ। ସେ ଅଲଗା ତେଲେଙ୍ଗାନା ରାଷ୍ଟ୍ର ଗଠନ ଆନ୍ଦୋଳନର ଜଣେ ପ୍ରମୁଖ କର୍ମକର୍ତ୍ତା ଭାବରେ ଜଣାଶୁଣା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ବାସୁଦେବ ବଲୱନ୍ତ ଫଡ଼କେ (୪ ନଭେମ୍ବର ୧୮୪୫ – ୧୭ ଫେବୃଆରୀ ୧୮୮୩) ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ‘ଶିରଦୋନ’ ନାମକ ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ଜଣେ ବିପ୍ଳବୀ ଯିଏ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ।
୨. ପେରିନ୍ ବେନ୍ (୧୨ ଅକ୍ଟୋବର ୧୮୮୮ – ୧୭ ଫେବୃଆରୀ ୧୯୫୮) ପ୍ରଥମେ ଜଣେ ବିପ୍ଳବୀ ଏବଂ ପରେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଥିଲେ। ୧୯୩୦ ମସିହାରେ ପେରିନ୍ ବେନ୍ ଙ୍କୁ ଗିରଫ କରାଯାଇ ଜେଲ୍ ରେ ରଖାଯାଇଥିଲା। ସେ ମୁମ୍ବାଇ ପ୍ରଦେଶ କଂଗ୍ରେସର ସଂଘର୍ଷ ସମିତିର ପ୍ରଥମ ମହିଳା ସଭାପତି ଥିଲେ। ପେରିନ୍ ବେନ୍ ‘ଗାନ୍ଧୀ ସେବା ସେନା’ର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ସ୍ୱାଧୀନତାର ପରେ ପେରିନ ବେନ୍ ଙ୍କୁ ରାଷ୍ଟ୍ରପତି ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ।
୩. କୈଳାସ ନାଥ କାଟ୍ଜୁ (୧୭ ଜୁନ ୧୮୮୭ – ୧୭ ଫେବୃଆରୀ ୧୯୬୮), ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ସେ ୧୯୫୭ ଜାନୁଆରୀରୁ ୧୯୬୨ ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଅନେକ ପୁସ୍ତକ ମଧ୍ୟ ଲେଖିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଥିଲା।
୪. କର୍ପୁରୀ ଠାକୁର (୨୪ ଜାନୁଆରୀ ୧୯୨୪ – ୧୭ ଫେବୃଆରୀ ୧୯୮୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ, ରାଜନେତା ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କର ଲୋକପ୍ରିୟତା କାରଣରୁ ତାଙ୍କୁ ଜନନାୟକ କୁହାଯାଉଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୬୭୦ – ମୋଗଲମାନଙ୍କୁ ହରାଇ ଛତ୍ରପତି ଶିବାଜୀ ମହାରାଜ ସିଂହଗଡ଼ ଦୁର୍ଗକୁ ଜିତିଥିଲେ।
୧୬୯୮ – ଔରଙ୍ଗଜେବ ଜିଞ୍ଜିର ଦୁର୍ଗକୁ ଦଖଲ କରିଥିଲେ।
୧୮୧୩ – ପ୍ରୁଷିଆ ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା।
୧୮୬୭ – ସୁଏଜ୍ କେନାଲ ଦେଇ ପ୍ରଥମ ଜାହାଜ ଯାଇଥିଲା।
୧୮୮୨ – ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା।
୧୯୧୫ – ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଶାନ୍ତିନିକେତନ ଗସ୍ତ କରିଥିଲେ।
୧୯୩୩ – ଆମେରିକାର ସାପ୍ତାହିକ ପତ୍ରିକା ‘ନ୍ୟୁଜୱିକ୍’ ପ୍ରକାଶ ପାଇଥିଲା।
୧୯୩୪ – ବେଲଜିୟମ ରାଜା ଆଲବର୍ଟ ପ୍ରଥମ ପର୍ବତାରୋହଣ ସମୟରେ ମୃତ୍ୟୁବରଣ କରିଥିଲେ।
୧୯୭୨ – ବ୍ରିଟିଶ ସଂସଦ ୟୁରୋପୀୟ କମ୍ୟୁନିଟିରେ ସାମିଲ ହେବା ପାଇଁ ଏକ ସଂକଳ୍ପ ପାରିତ କରିଥିଲା।
୧୯୭୯ – ଚୀନସେନା ଭିଏତନାମ ଉପରେ ଆକ୍ରମଣ କରିଥିଲା।
୧୯୮୩ – ନେଦରଲ୍ୟାଣ୍ଡସ ସମ୍ବିଧାନକୁ ଗ୍ରହଣ କଲା।
୨୦୦୪ – ଫୁଲନଦେବୀ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶମଶେର ସିଂ ରାଣା ତିହାର ଜେଲରୁ ଫେରାର ହୋଇଯାଇଥିଲେ।
୨୦୦୭ – ଆମେରିକାର ତତ୍କାଳୀନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ ଇରାକରୁ ସୈନ୍ୟ ପ୍ରତ୍ୟାହାର ଘୋଷଣା କରିଥିଲେ।
୨୦୧୪ – ନିର୍ବାଚନ ଆୟୋଗ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
୨୦୧୪ – ସାଉଦି ଆରବର ସୋମୈୟା ଜିବର୍ତ୍ତି ଦେଶର ପ୍ରଥମ ମହିଳା ମୁଖ୍ୟ ସମ୍ପାଦିକା ହୋଇଥିଲେ।