ପୂରଣ ହେବ ଖାଲି ପଡ଼ିଥିବା ଡାକ୍ତର ପଦବୀ

ଲୋକସେବା ଆୟୋଗକୁ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିଯୁକ୍ତ ହେବେ ୫୨୪୮ ଏମବିବିଏସ ଡାକ୍ତର

ଭୁବନେଶ୍ବର, ୧୭/୦୨: ରାଜ୍ୟରେ ଚଳିତ ବର୍ଷ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବ। ଏ ନେଇ ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ୫୨୪୮ ଏମବିବିଏସ ଡାକ୍ତର ଓ ୧୨୬ ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ।

ଏହା ସହିତ ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯିବ। ତେଣୁ ଭଦ୍ରକ, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ୍ ହେଲଥ ସେଣ୍ଟର ଖୋଲିବ। ଏହି ସାଟେଲାଇଟ୍ ହେଲଥ ସେଣ୍ଟରଗୁଡ଼ିକରେ ୧୦ଟି ଅବଜରଭେସନ ବେଡ୍ ରହିବ ଏବଂ ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେ କେୟାର ସେଣ୍ଟର ଓ କେମୋଥେରାପି ସୁବିଧା ଉପଲବ୍ଧ ହେବ ବୋଲି ଆଜି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।