ଭୁବନେଶ୍ୱର, ୨୫/୦୨: ରାତି ପାହିଲେ ଜାଗର। ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ୨୬ ତାରିଖ ଦିନ ଅନୁଷ୍ଠିତ ହେବ ଜାଗର ଉତ୍ସବ। ମହାଶିବରାତ୍ରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ। ମନ୍ଦିର ପରିସରରେ ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବେ। ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ରଖି ଆମେ ସମସ୍ତ ପ୍ରକାର ବ୍ୟବସ୍ଥା କରିସାରିଛୁ। ଅଗ୍ନିଶମ ବାହିନୀ ସମେତ ଜରୁରୀକାଳୀନ ସେବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ବିଭିନ୍ନ ପାହ୍ୟାର ୧୦୦ରୁ ଅଧିକ ପୁଲିସ ଅଧିକାରୀ ଉପସ୍ଥିତ ରହିବେ।