ବିଧାନସଭାରେ ରୋଚକ ଦୃଶ୍ୟ

ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ‌ ବିଜେଡ଼ି ବିଧାୟକ

ଭୁବନେଶ୍ୱର, ୧୧/୦୩: ଆଜି ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମେ ଜୟନାରାୟଣ ମିଶ୍ର ଓ ତାରାପ୍ରସାଦ ବାହିନୀପତି ହାତାହାତି ହୋଇଥିଲେ‌। ଓଡ଼ିଶାକୁ ନେଇ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଥିବା ବେଳେ ତାକୁ ନେଇ ବିରୋଧୀ ଦଳ ଗୃହ ମଧ୍ୟ ଭାଗରେ‌ ନାରାବାଜି ଦେଇଥିଲେ। ଏତିକିବେଳେ ଉତକ୍ଷିପ୍ତ ହୋଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ କଲର ଟାଣିବା ସହ ତାଙ୍କୁ ଠେଲାପେଲା କରିଥିଲେ। ଗୃହ ଭିତରେ ଏଭଳି ପରିସ୍ଥିତିକୁ ପ୍ରତିବାଦ କରି ବିଜେଡ଼ି ବିଧାୟକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜୟନାରାୟଣ ମିଶ୍ରଙ୍କ ଏଭଳି ଆଚରଣରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡ଼ି ବିଧାୟକ। ଏହା ସହ ବିଧାନସଭା ପରିସରରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଲଣ୍ଠନ ଦେଖାଉଛନ୍ତି। ଏହା ପ୍ରତି ବଦଳରେ ଆମେ ଲଣ୍ଠନ ଧରି ତାଙ୍କୁ ଖୋଜିବାକୁ ବାହାରିଛୁ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।