ଜୟ-ତାରା ମାରପିଟ୍ ପ୍ରସଙ୍ଗ
ବିଧାନସଭାରେ ଆମେ ବି ଅସୁରକ୍ଷିତ
ବାଚସ୍ପତି ପକ୍ଷପାତିତା କରୁଛନ୍ତି: କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ
ଭୁବନେଶ୍ୱର, ୧୧/୦୩: ଆଜି ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବା ବେଳେ ଜୟନାରାୟଣ ମିଶ୍ର ଓ ତାରାପ୍ରସାଦ ବାହିନୀପତି ମାରପିଟ୍ ପ୍ରସଙ୍ଗରେ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଓ ଶାସକ ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏ ନେଇ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଯଦି ଗୃହ ଭିତରେ ଏମିତି ମାରପିଟ୍ ହେବେ, ତାହାଲେ ଆମେ ଯିବୁ କେଉଁ ଆଡେ ବୋଲି ପ୍ରଶ୍ନ କରିଛନ୍ତି। ବିଧାୟିକା ଆହୁରି ମଧ୍ୟ କହିଛନ୍ତି, ଆମ ପାଇଁ ଆଜିର ପରିସ୍ଥିତି ଏକ ଭୟର ବାତାବରଣ ସୃଷ୍ଟି କରିଥିଲା। ଗୃହ ମଧ୍ୟରେ ଗୁଣ୍ଡା ରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ଶାସକ ଦଳ। ଗୃହ ଭିତରେ ଯଦି ଶାସକ ଦଳ ବିଧାୟକଙ୍କ ଆଚରଣ ଏପରି ତାହାଲେ ଗୃହ ବାହାରେ କିପରି ଆଚରଣ ଦେଖାଉଥିବେ ତାହା ଏଥିରୁ ଜଣାପଡ଼ୁଛି। ବାଚସ୍ପତି କେବଳ ବିଜେପିକୁ ସମର୍ଥନ କରୁଛନ୍ତି। କେବଳ ବିଜେପି କଥା ଶୁଣୁଛନ୍ତି। କିନ୍ତୁ ବିରୋଧୀ ଦଳ କଥା ଶୁଣୁ ନାହାନ୍ତି। ବାଚସ୍ପତି ପକ୍ଷପାତିତା କରୁଛନ୍ତି ବୋଲି କହିଛନ୍ତି।