ଓପିଏସସି ଓଜେଏସ-୨୦୨୩ ପରୀକ୍ଷାଫଳ ପ୍ରକାଶ

ସୋମେଶ ରଣବିଜୁଳି ଟପ୍ପର

ଭୁବନେଶ୍ୱର, ୧୩/୦୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧିନରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ଜଜ୍ ପଦ ପାଇଁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୩୩ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲାବେଳେ ୨୪ ଜଣ ମହିଳା ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ସୋମେଶ ରଣବିଜୁଳି ପ୍ରଥମ, ଅରୁଣିମା ପତି ଦ୍ବିତୀୟ ଓ ପାୟଲ ଆଟ୍ଟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ opsc.gov.in ଅଫିସିଆଲ ୱେବସାଇଟ ଭିଜିଟ୍ କରିବାକୁ କୁହାଯାଇଛି।