ଦଶପଲ୍ଲା, ୧୩/୦୩: ଦଶପଲ୍ଲା ଏନଏସି ଅନ୍ତର୍ଗତ ତ୍ରିନାଥ ବଜାରଠାରେ ବିଳମ୍ବିତ ରାତିରେ ହାଇଡ୍ରାମା ଦେଖିବାକୁ ମିଳିଛି। ଜନୈକା ମହିଳା ପୁରୁଣା କଟକ ଅଞ୍ଚଳର ଜନୈକ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖି ତ୍ରିନାଥ ବଜାରଠାରେ ଆସି ରହିଥିବାର ଖବର ପାଇ ପୁଅ ଘର ପରିବାର ଘର ଆଗରେ ପ୍ରବଳ ହୋ ହାଲ୍ଲା କରିଥିଲେ। ଘଟଣାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି।