ଆଜିର ତାରିଖ ୨୦୨୫ ମାର୍ଚ୍ଚ ୧୪
ପାଇ ଦିବସ: ଏହି ଦିନକୁ ଆନ୍ତର୍ଜାତିକ ସ୍ତରରେ ପାଇ ଦିବସ ଭାବରେ ପାଳନ କରାଯାଏ। କାରଣ ତାରିଖ (୩/୧୪) ଗାଣିତିକ ସ୍ଥିରାଙ୍କ π (ପିଆଇ)ର ପ୍ରଥମ ତିନି ଅଙ୍କ ସହ ସମାନ। ୧୯୪୯ ମସିହାରେ ସାନଫ୍ରାନ୍ସିସ୍କୋ ସ୍ଥିତ ଏକ ଏକ୍ସୋରାଟୋରିୟମରେ (ବିଜ୍ଞାନ ମ୍ୟୁଜିୟମ) ଲ୍ୟାରି ଶଙ୍କଦ୍ୱାରା ସର୍ବପ୍ରଥମ ପାଇ ଉତ୍ସବ ଆୟୋଜିତ ହୋଇଥିଲା। ମାର୍ଚ୍ଚ ୧୪, ୨୦୦୯କୁ ଆମେରିକାରେ ଜାତୀୟ ପାଇ ଦିବସ ଭାବରେ ମାନ୍ୟତା ଦିଆଗଲା।
ପାଇର ନିରନ୍ତର ମୂଲ୍ୟ ପ୍ରଥମେ ସିରାକୁସର ଗଣିତଜ୍ଞ ଆର୍କିମିଡିସଙ୍କ ଦ୍ୱାରା ଗଣନା କରାଯାଇଥିଲା। ୧୭୩୭ ମସିହାରେ ଲିଓନହାର୍ଡ ୟୁଲର ପାଇର ପ୍ରତୀକ ବ୍ୟବହାର କରିଥିଲେ ଏବଂ ସେଥିପାଇଁ ଏହା ବୈଜ୍ଞାନିକ ସମୁଦାୟରେ ଗ୍ରହଣ କରାଗଲା। ୧୯୮୮ ମସିହାରେ ଆମେରିକୀୟ ପଦାର୍ଥ ବିଜ୍ଞାନୀ ଲାରୀ ଶ’ ପ୍ରଥମ ପାଇ ଦିବସ ପାଳନ କରିଥିଲେ। ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନଷ୍ଟାଇନଙ୍କ ଜୟନ୍ତୀରେ ପି ଦିବସ ପାଳନ କରାଯାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଗୁରୁମୁଖ ନିହାଲ ସିଂ: ୧୯୫୫ରୁ ୧୯୫୬ ପର୍ଯ୍ୟନ୍ତ ରାଜସ୍ଥାନର ପ୍ରଥମ ରାଜ୍ୟପାଳ ତଥା ଦିଲ୍ଲୀର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ରହିଥିଲେ। ସେ ରାଜ୍ୟ ପୁନର୍ଗଠନ ଆଇନ, ୧୯୫୬ ପାରିତ ହେବା ପରେ ୧୯୫୫ରେ କେବଳ ଏକ ବର୍ଷ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଯାହା ଦିଲ୍ଲୀକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲା।
୨. ଶଙ୍କରନ କୁଟ୍ଟି କୁଞ୍ଜିରମନ ପୋଟେକଟ (୧୪ ମାର୍ଚ୍ଚ ୧୯୧୩ – ୬ ଅଗଷ୍ଟ ୧୯୮୨), ମାଲାୟାଲମ ସାହିତ୍ୟର ଜଣେ ଭାରତୀୟ ଲେଖକ ଏବଂ ଜଣେ ରାଜନେତା ଥିଲେ। ତାଙ୍କ ସାହିତ୍ୟକୃତି ପାଇଁ ସେ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ଇଂରାଜୀ, ଇଟାଲୀୟ, ରୁଷୀୟ, ଜର୍ମାନ ଓ ଚେକ୍ ଆଦି ପ୍ରମୁଖ ଭାରତୀୟ ଭାଷାରେ ତାଙ୍କର କୃତି ଅନୁବାଦିତ ହୋଇଛି।
୩. ଫରିଦା ଜଲାଲ, ଜଣେ ଭାରତୀୟ ଅଭିନେତ୍ରୀ। ଜଲାଲ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ସେ ୪ଟି ଫିଲ୍ମଫେୟାର ପୁରସ୍କାର ଏବଂ ୨ଟି ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଆୱାର୍ଡ ଭଳି ଅନେକ ପୁରସ୍କାର ପାଇଛନ୍ତି।
୪. ମହମ୍ମଦ ଆମୀର ହୁସେନ ଖାନ (ଆମୀର ଖାନ୍) ଜଣେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ଚଳଚ୍ଚିତ୍ର ନିର୍ମାତା ଏବଂ ଟେଲିଭିଜନ ଟକ୍ ସୋ ହୋଷ୍ଟ ଅଟନ୍ତି। ସେ ଭାରତୀୟ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତା। ୨୦୦୩ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଓ ୨୦୧୦ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
୫. ଇରୋମ ଚାନୁ ଶର୍ମିଳା, ଜଣେ ମାନବାଧିକାର କର୍ମୀ, ରାଜନୈତିକ କର୍ମୀ ଏବଂ କବୟିତ୍ରୀ ଅଟନ୍ତି। ତାଙ୍କୁ ‘ମଣିପୁରର ଆଇରନ୍ ଲେଡି’ ବୋଲି ମଧ୍ୟ କୁହାଯାଏ। ୧୯୫୮ ର ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନ, ଯାହା ସାତଟି ରାଜ୍ୟ ପାଇଁ ଲାଗୁ ହେବା ସପକ୍ଷରେ ସେ ଅନଶନ ଆରମ୍ଭ କରିଥିଲେ। ୨୦୧୦ମସିହାରେ ସେ ଏସୀୟ ମାନବାଧିକାର ଆୟୋଗ ତରଫରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଜୟ ନାରାୟଣ ବ୍ୟାସ (୧୮ ଫେବୃଆରୀ ୧୮୯୯ – ୧୪ ମାର୍ଚ୍ଚ ୧୯୬୩) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ରାଜସ୍ଥାନର ତୃତୀୟ ମୁଖ୍ୟମନ୍ତ୍ରୀ ଥିଲେ। ୨୬ ଏପ୍ରିଲ ୧୯୫୧ରୁ ୩ ମାର୍ଚ୍ଚ ୧୯୫୨ ପର୍ଯ୍ୟନ୍ତ ସେ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଦ୍ୱିତୀୟ ଥର ୧ ନଭେମ୍ବର ୧୯୫୨ରୁ ୧୨ ନଭେମ୍ବର ୧୯୫୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦ ଏପ୍ରିଲ ୧୯୫୭ରୁ ୨ ଏପ୍ରିଲ ୧୯୬୦ ଏବଂ ୩ ଏପ୍ରିଲ ୧୯୬୦ରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୯୦୦ – ଡଚ୍ ଉଦ୍ଭିଦ ବିଜ୍ଞାନୀ ହୁଗୋ ଡି ଭ୍ରିସ୍ ଗ୍ରେଗୋର୍ ମେଣ୍ଡେଲଙ୍କ ବଂଶାନୁକ୍ରମିକତା ଏବଂ ଜେନେଟିକ୍ସ ନିୟମକୁ ପୁନଃ ଆବିଷ୍କାର କରିଥିଲେ।
୧୯୦୩ ମସିହାରେ ଫ୍ଲୋରିଡାର ସେବାଷ୍ଟିଆନରେ ପ୍ରଥମ ଜାତୀୟ ପକ୍ଷୀ ସଂରକ୍ଷଣ ପ୍ରତିଷ୍ଠା କରାଯାଇଥିଲା।
୧୯୧୪ – ସର୍ବିଆ ଓ ତୁର୍କୀ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୯୨୩ – ଆମେରିକା ରାଷ୍ଟ୍ରପତି ୱାରେନ୍ ଜି ହାର୍ଡିଂ ପ୍ରଥମ ରାଷ୍ଟ୍ରପତି ଭାବେ ଟିକସ ପୈଠ କରିଥିଲେ।
୧୯୩୧ – ଭାରତର ପ୍ରଥମ ସାଉଣ୍ଡ ଫିଲ୍ମ “ଆଲମ ଆରା” ମୁକ୍ତିଲାଭ କରିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ଅର୍ଦ୍ଦେଶୀର ଇରାନୀ।
୧୯୩୯ – ସ୍ଲୋଭାକିଆ ସ୍ୱାଧୀନତା ଘୋଷଣା କଲା।