ଭିଜିଲାନ୍ସ ଜାଲରେ ସବରେଜିଷ୍ଟ୍ରାର କିରାଣୀ

ପୁଳାପୁଳା ଟଙ୍କା ଭର୍ତ୍ତି ଗାଡ଼ି ଜବତ

ଗଞ୍ଜାମ, ୧୪/୦୩: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ସବରେଜିଷ୍ଟ୍ରାର କିରାଣୀ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମୋଟାବାଡି ରାସ୍ତାରେ କିରାଣୀ ଶ୍ରୀକାନ୍ତ ଡାକୁଆ ତାଙ୍କ‌ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଶ୍ରୀକାନ୍ତଙ୍କ ନିକଟରୁ ୧ ଲକ୍ଷ ୮୬ ହଜାର‌ ଟଙ୍କା ଜବତ କରାଯାଇଛି। ପୂର୍ବରୁ ଭିଜିଲାନ୍ସ ନିକଟରେ ଏହି ସୂଚନା ଥିଲା। ତେବେ ଟଙ୍କା ବିଷୟରେ ପଚାରିବାରୁ କିରାଣୀ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଯାହା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ପୂର୍ବରୁ ଶ୍ରୀକାନ୍ତଙ୍କ ବିରୋଧରେ ବହୁଥର ଅଭିଯୋଗ ହୋଇଥିଲା। ଶ୍ରୀକାନ୍ତଙ୍କ ବୁଗୁଡ଼ା ସ୍ଥିତ ବାସଭବନ ଓ ବେଲଗୁଣ୍ଠା କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଓ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍। ଅଧିକ ପଚରାଉଚରା ପାଇଁ ଶ୍ରୀକାନ୍ତଙ୍କୁ ବ୍ରହ୍ମପୁର ନେଇଛି ଭିଜିଲାନ୍ସ ଟିମ୍।