ଭୁବନେଶ୍ୱର, ୨୦/୦୩: ପ୍ରବଳ ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ପ୍ରଥମ ରୁ ଦ୍ଵାଦଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସକାଳ ୬.୩୦ ରୁ କ୍ଲାସ୍ ଆରମ୍ଭ ହୋଇ ୧୦.୩୦ ପର୍ଯ୍ୟନ୍ତ କ୍ଲାସ୍ ଚାଲିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ତତ୍ କ୍ଷଣାତ ଲାଗୁ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ।