୪୩ ଲକ୍ଷ ସରକାରୀ ଟଙ୍କା ହେରଫେର

କ୍ରିକେଟ ବେଟିଂ ଓ ଗେମିଂ ଆପରେ ଟଙ୍କା ଲଗାଉଥିଲେ ପିଇଓ

ଗିରଫ କଲା ଭିଜିଲାନ୍ସ

ଗଞ୍ଜାମ, ୨୧/୦୩: ସରକାରୀ ଟଙ୍କା ହେରଫେର କରି ପିଇଓ ଗିରଫ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ୪୩ ଲକ୍ଷ ୧ ହଜାର ୬୪୦ ଟଙ୍କା ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।

ଜୁଲାଇ ୨୦୨୪ରେ ସରକାରୀ ଚାକିରିରେ ଯୋଗ ଦେଇଥିବା ପିଇଓ କ୍ଷେତ୍ରମୋହନ ନାୟକ ସରପଞ୍ଚଙ୍କ ଅଜାଣତରେ ସରପଞ୍ଚଙ୍କ ଜାଲ ଦସ୍ତଖତ କରି ସିଏଫସି, ଏସ୍ଏଫସି, ପିଡିଏସ୍ ଓ ଓଏପି ସମେତ ବିଭିନ୍ନ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଥିଲେ। ସେ ଦିଗପହଣ୍ଡି ବ୍ରାଞ୍ଚର କାନାଡା ବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କରୁ ଚେକ ମାଧ୍ୟମରେ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ କ୍ରିକେଟ ବେଟିଂ ଓ ଗେମିଂ ଆପରେ ଲଗାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବ୍ରହ୍ମପୁର ଭିଜିଲାନ୍ସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପିଇଓଙ୍କୁ ଗିରଫ କରିବା ସହ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛି। ତଦନ୍ତ ଜାରି ରହିଛି।