କାଳବୈଶାଖୀରେ କ୍ଷତିଗ୍ରସ୍ତ ଲୋକଙ୍କୁ ସନ୍ଧ୍ୟା ସୁଦ୍ଧା ମିଳିବ ସହାୟତା ରାଶି
ସ୍ଥିତି ଅନୁଧ୍ୟାନ କଲେ ରାଜସ୍ୱ ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର, ୨୩/୦୩: ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭେଟିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ପାତ୍ର। କୁଆପଥର ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଦୁଃଖ ବୁଝିଛନ୍ତି ମନ୍ତ୍ରୀ।
ଜିଲ୍ଲାର ୫ଟି ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୪୭ଟି ଗାଁରେ ୪୭୭୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୩୫୦ରୁ ଅଧିକ କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୧୧ଟି ଘର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୨୯୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।
କ୍ଷତିଗ୍ରସ୍ତ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଅଧୀନରେ ଘର ଓ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କର ଡାଟା ବେସ୍ ପ୍ରସ୍ତୁତ ସରିଛି, ସେହି ମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କ୍ଷତିପୂରଣ ରାଶି ଯୋଗାଇ ଦେବୁ। ଯେଉଁମାନେ ବାଦ୍ ପଡିଯିବେ, ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ।